କେନ୍ଦ୍ରାପଡା, ୧୭/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡବେତରା ଗ୍ରାମପଞ୍ଚାୟତ ଭାରିଗୋଳ ଗ୍ରାମ ନିବାସୀ ଶ୍ରୀଯୁକ୍ତ ସୁବାସ କୁମାର ମନ୍ତ୍ରୀ କିଡ୍ଡିନି ରୋଗରେ ପୀଡିତ ଥିବାରୁ ସେ ନିଜର ଚିକିତ୍ସା ପାଇଁ କିଛି ଅର୍ଥ ରାଶି ସାହାଯ୍ୟ ଲୋଡିଥିଲେ ।
ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମହାପାତ୍ର ଏବଂ ତାଙ୍କ ପ୍ରତିନିଧି ଶ୍ରୀଯୁକ୍ତ କିଶୋର ମହାପାତ୍ର ଏବଂ ପ୍ରତେକ୍ ଟି ୱାର୍ଡ ର ୱାର୍ଡ ମେମ୍ବର ,ଆଉ କିଛି ପଞ୍ଚାୟତ ର ଯୁବ ସମାଜସେବୀଙ୍କ ମାଧ୍ୟମରେ ବଡବେତରା ଗ୍ରାମପଞ୍ଚାୟତ ର ଘର ଘର ବୁଲି ବୁଲି କିଛି ଅର୍ଥ ରାଶି ଭିକ୍ଷା କରିଥିଲେ । ତାହା ଆଜି ସରପଞ୍ଚ ସଂଯୁକ୍ତା ମହାପାତ୍ର, ଗରଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭୟ କୁମାର ମହାରାଜ ଏବଂ ଗରଦପୁର ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ଧର୍ମରଞ୍ଜନ ପଣ୍ଡା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ୱାର୍ଡ ମେମ୍ବର ଏବଂ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସେଇ ଅର୍ଥ ରାଶିକୁ ତାଙ୍କ ପରିବାରକୁ ପ୍ରଦାନ କରାଯାଇଛି । ଏହାଛଡ଼ା ସେହି ଗ୍ରାମର ବିଶିଷ୍ଟ କବି ତଥା ସମାଜ ସେବୀ ବିଜନ ରାୟ ମଧ୍ୟ ୫୦୦୦ ଟଙ୍କା ର ଏକ ଚେକ୍ ପ୍ରଦାନ କରିଥିଲେ।