Wednesday , May 31 2023
Home / ବିଶେଷ / ଅକ୍ଷୟ ମହାନ୍ତି ଥିଲେ ଓଡ଼ିଆ ସଂଗୀତ ଜଗତର ବାଦଶାହା

ଅକ୍ଷୟ ମହାନ୍ତି ଥିଲେ ଓଡ଼ିଆ ସଂଗୀତ ଜଗତର ବାଦଶାହା

ଭୁବନେଶ୍ୱର, ୧୭/୧୧/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାର ପ୍ରବୀଣ କଳାକାର, ଗୀତିକାର, ସଂଗୀତକାର, କଣ୍ଠଶିଳ୍ପୀ, ଔପନ୍ୟାସିକ, ଅଭିନେତା ଓ ବହୁ ପ୍ରତିଭାର ଅଧିକାରୀ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧୋତ୍ସବ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ତାଙ୍କ ଭୁବନେଶ୍ୱର ଆଇ.ଆର.ସି. ଭିଲେଜ୍ ଅକ୍ଷୟ ମହାନ୍ତି ପାର୍କସ୍ଥିତ ପ୍ରତିର୍ସ୍ତିସ୍ଥଳୀରେ ମହାସମାରୋହରେ ଅନୁଷ୍ଠିତ ହୋଇ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଉପସ୍ଥିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଅକ୍ଷୟ ମହାନ୍ତିଙ୍କର କାଳଜୟୀ ସଂଗୀତରେ ଓଡ଼ିଆ ଜାତିର ପ୍ରାଣ ଭରି ରହିଥିଲା । କଟକ ବାଲିଯାତ୍ରା ହେଉ ବା ମହାନଦୀର ନୌକାଗୀତ ହେଉ ପ୍ରତ୍ୟେକରେ ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଭଜନ, ଜଣାଣ, ଆଧୁନିକ ସଂଗୀତ, ପଲ୍ଲୀଗୀତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ସଂଗୀତକୁ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଉତ୍କଣ୍ଠାର ସହ ଶୁଣି ମନ୍ତ୍ରମୁଗ୍ଧ ହେଉଥିଲେ । ଚଳଚ୍ଚିତ୍ରରେ ଗୀତ ଲେଖି ତାହାକୁ ସ୍ୱର ଦେଇ ନିଜେ ଗାଇ ସେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ମାନ ବୃଦ୍ଧି କରିଥିଲେ । ବିଭିନ୍ନ ପର୍ବପର୍ବାଣୀ ଓ ଉତ୍ସବ ଅନୁଷ୍ଠାନରେ ମଂଚରେ ସଂଗୀତ ଗାୟନ କରି ଶ୍ରୋତାମଣ୍ଡଳୀକୁ ବାନ୍ଧି ରଖୁଥିଲେ । ରାଜ୍ୟର ପୁରପଲ୍ଲୀରେ ପୂର୍ବରୁ ଏବେ ଓ ଭବିଷ୍ୟତରେ ଅକ୍ଷୟ ସଂଗୀତର ଆଦର ରହିଛି ଓ ରହିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ଆବାହକ ପ୍ରବୀର ମହାନ୍ତି, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ସଂଜୟ କୁମାର ପରିଡ଼ା, ଉଇ ଫର ଭୁବନେଶ୍ୱରର ସଭ୍ୟବୃନ୍ଦ ଯୋଗଦେଇ ମତବ୍ୟକ୍ତ କରିଥିବା ବେଳେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି ମଧ୍ୟ ଯୋଗଦାନ କରିଥିଲେ । ଏହି ଅବସରରେ ସଂଗୀତ ପ୍ରତିଭା ମହେନ୍ଦ୍ର ଆଚାର୍ଯ୍ୟ, ଆଶାମୁକୁଳ ବାରିକ, ସାମ୍ବାଦିକ ଗିରିଜା ଶଙ୍କର ଦାସ ଓ ନୂଆପଲ୍ଲୀ ଦୁର୍ଗାପୂଜା କମିଟିର ସଭାପତି ପବିତ୍ର ମୋହନ ବେହେରାଙ୍କୁ ଅକ୍ଷୟ ମହାନ୍ତି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published.