ଯାଜପୁର, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ପ୍ରେସ୍ ଦିବସ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସୁ ସମନ୍ୱୟ ରହିଲେ ସାଧାରଣ ଜନତାଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ଶ୍ରୀ ରାଠୋର ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ, ଜନସାଧାରଣ, ସରକାର ଓ ପ୍ରଶାସନ ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିଥାଏ ଗଣମାଧ୍ୟମ । ପ୍ରତ୍ୟେକ ଦିନ ଜନସାଧାରଣଙ୍କର ସମସ୍ୟା, ସେମାନଙ୍କର ଆବଶ୍ୟକତା, ଯୋଜନାର ପ୍ରସାର ପ୍ରଚାର କାର୍ଯ୍ୟ କରୁଥିବାରୁ ଏହା ଲୋକ ମାନଙ୍କୁ ଅଶେଷ ସହଯୋଗ ପ୍ରଦାନ ସହ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ । ଗଣମାଧ୍ୟମର ସୁରକ୍ଷା ଓ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପ୍ରତିଶୃତିବଦ୍ଧ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକ ଯୋଗଦେଇ ଗଣମାଧ୍ୟମର କାର୍ଯ୍ୟ ଏକ ସାମାଜିକ ସେବା ବୋଲି ଅଭିହିତ କରିବା ସହ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଉଭା ହୋଇ ସରକାରଙ୍କୁ ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଉଛି । ପ୍ରଶାସନ କିଛି ଭୁଲ ନିଷ୍ପତିି ନେବା ପୂର୍ବରୁ ଗଣମାଧ୍ୟମ ତାହାକୁ ଚେତାଇ ଦେବା ସହ ଏଥିରୁ ନିବୃତ ରଖିବା ପାଇଁ ବାଧ୍ୟ କରିଥାଏ । ଏଣୁ ଗଣମାଧ୍ୟମଙ୍କ ପାଇଁ ପ୍ରଶାସନ ଲୋକାଭିମୁଖୀ ହୋଇପାରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ କହିଲେ ପୁରୁଣା ଯୁଗରେ ପ୍ରେସ୍ର ଭୂମିକା ଏବଂ ଆଜିର ଗଣମାଧ୍ୟମରେ ଅନେକ କିଛି ପରିବର୍ତର୍ନ ଘଟିଛି । ସମ୍ୱାଦ ସରବରାହରେ ଗଣମାଧ୍ୟମ ପ୍ରତିନିଧି ମାନେ ସମାଜର ବୃହତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥାନ୍ତି । ନିରପେକ୍ଷ ଭାବେ ସୁସ୍ଥ ସମାଲୋଚନା ଗଣତନ୍ତ୍ରକୁ ଦୃଢ କରିବ ବୋଲି ସେ ମତ ଦେଇଥିଲେ । ଅତ୍ୟତମ ଅତିଥି ଭାବେ ଯାଜପୁର ପ୍ରେସ୍ କ୍ଳବର ସଭାପତି ରାଜୀବ କୁମାର ମହାନ୍ତି କହିଲେ ଯେ, ଗଣତନ୍ତ୍ରରେ ଗଣମାଧ୍ୟମ ଏକ ନିରପେକ୍ଷ ଏବଂ ନିର୍ଭିକ ଭାବେ ତାର ଦାୟିତ୍ୱ ପ୍ରତିପାଦନ କରି ପ୍ରକାରାନ୍ତରେ ରାଷ୍ଟ୍ର ଗଠନରେ ସହାୟକ ହୋଇପାରୁଛି । ଏଣୁ ସେମାନଙ୍କର ସମସ୍ୟାକୁ ସରକାର ସହୃଦୟତାର ସହ ବିଚାରକୁ ନେବେ ବୋଲି ସେ ପ୍ରଶାସନକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜିର ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଜୟନ୍ତ କୁମାର ଗୋସ୍ୱାମୀ, ଆଦିତ୍ୟ ମେକାପ୍, ଆନନ୍ଦ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ନାୟକ, ଅଜୟ ରାଉଳ, ପରମେଶ୍ୱର ବେହୁରିଆ, ସମର ବିଜୟ ସରଣ, ଅଜୟ କୁମାର ରଣା, ଦିଲିପ କୁମାର ଦାସ ଓ ତପନ କୁମାର ମହାରଣ୍ୟ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ବିବିଧ ସମସ୍ୟା, ଆବଶ୍ୟକତା, ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର କାନୁନଗୋ, କ୍ଷିପ୍ରଲେଖିକା ମିନତୀ ଦାଶ, ପ୍ରୋଜେକ୍ସନିଷ୍ଟ ଶାନ୍ତନୁ କୁମାର ସାହୁ, କର୍ମଚାରୀ ସତ୍ୟଜିତ୍ ନାୟକ, ସୁରେନ୍ଦ୍ର ନାଥ ସାହୁ, ରବିନ୍ଦ୍ର କୁମାର ଦାସ, ରତିକାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।