Wednesday , May 31 2023
Breaking News
Home / ବିଶେଷ / ମା’ ନିମଦାରୁ ପୀଠରେ ଭାଗବତ ସପ୍ତାହ ଉଦଯାପିତ

ମା’ ନିମଦାରୁ ପୀଠରେ ଭାଗବତ ସପ୍ତାହ ଉଦଯାପିତ

କେନ୍ଦ୍ରାପଡ଼ା, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତର ପାଳକଣା ଗ୍ରାମସ୍ଥିତ ନୀମଦାରୁ ପୀଠରେ ଭାଗବତ ସପ୍ତାହ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସମାରୋହରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଭାଗବତର ମହିମା ଏବଂ ଭାଗବତର ନିଗୁଢ ନିର୍ଯ୍ୟାସ ଉପରେ ଆଲୋକପାତ କରିଥିଲେ । ଭାଗବତର ମହିମା ମନୁଷ୍ୟ ଯେପରି ଶରୀର ନିର୍ଯ୍ୟାସ କରିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ସେପରି ମନୁଷ୍ୟ ନିତ୍ୟ ନିୟମିତ ଭାଗବତ ପାଠ କରିବା ପାଇଁ ବିଧି ରହିଛି । ମନୁଷ୍ୟ ଶାସ୍ତ୍ର, ଧର୍ମ ଓ ନୀତିକୁ ଭୁଲି ବିପଥଗାମୀ, ପଥଭ୍ରଷ୍ଟ ହେଉଥିବାରୁ ଶ୍ରୀମା କହିଛନ୍ତି ଯେ ମଣିଷ ସମାଜ ଆଧ୍ୟାତ୍ମିକ ମାର୍ଗକୁ ବାଛିନେବା ଆବଶ୍ୟକ କାରଣ ସ୍ୱଳ୍ପାୟୁ ମନୁଷ୍ୟ ପାଖରେ ଆଉ ସମୟ ନାହିଁ । କଳିଯୁଗରେ କେବଳ ନାମ ହିଁ ଶ୍ରେଷ୍ଠ ନିଶ୍ୱାସ । ନୈବ ବିଶ୍ୱର କଦାରୁଦ୍ର ଭବିଷ୍ୟତି ଅର୍ଥାତ ନିଶ୍ୱାସକୁ ବିଶ୍ୱାସ ନାହିଁ କାରଣ କେତେବେଳେ ପ୍ରାଣ ଚାଲିଯିବ । ତେଣୁ ଭାଗବତ ନାମ, କୀର୍ତନ, ଭଜନ, ଜପ, ତପ, ପ୍ରାୟାଣ ଓ ଶତ୍ଶାସ୍ତ୍ର ପଠନରେ ନିମଗ୍ନ ରହି ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଟା ପାଇଁ ସମବେତ ପ୍ରାର୍ଥନା କରିବା ଉଚିତ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀଧର ରାଉତ, ସୁନାକର ରାଉତ, ଗଗନ ସିଂହ, ଶ୍ରୀବସô , ଅକ୍ଷୟ ପାତ୍ର, ଅଭିମନୁ୍ୟ ନାୟକ, ବୈଦନନା, କୈଳାସ ପଣ୍ଡା, ଅଶୋକ ଦାସ, ମଧୁସୁଦନ ରାଉତ, ମହେଶ୍ୱର ପାତ୍ର, ଶ୍ରୀଧର ପାତ୍ର, ଅଚୁତୀ ନାୟକ, କୃଷ୍ଣ ନାୟକ, ନୃସିଂହ ସିଂହ, ବୈକୁଣ୍ଠ ରାଉତ, ଗୁନା ସିଂହ, ଶାନ୍ତିଲତା ରାଉତ, ସଲିଳା ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.