Sunday , May 28 2023
Breaking News
Home / ବିଶେଷ / ବାଇକ କୁ ପଛପଟୁ ଧକ୍କା ଦେଲା ପିକ ଅପ୍ ଭ୍ୟାନ୍ , ଦୂର୍ଘଟଣା ସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର ଆହତ, ପିକ୍ ଅପ୍ ଚାଳକ ଫେରାର

ବାଇକ କୁ ପଛପଟୁ ଧକ୍କା ଦେଲା ପିକ ଅପ୍ ଭ୍ୟାନ୍ , ଦୂର୍ଘଟଣା ସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର ଆହତ, ପିକ୍ ଅପ୍ ଚାଳକ ଫେରାର

ଖୋର୍ଦ୍ଧା, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ(୨୮) ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ନିଜ ଗ୍ରାମକୁ ଫେରୁଥିଲେ। ଓଡଗାଁ କୋଳଥଡିହ ମଝି ରାସ୍ତାରେ ଏକ ପିକ୍ ଅପ୍ ଭ୍ୟାନ୍ ହେମନ୍ତଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିଲେ । ହେମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଗଣେଶଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବାଣପୁର ମେଡିକାଲକୁ ପଠାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି । ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନ୍ ର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ଙ୍କ ଠାରୁ ସୂଚନା ମିଳିଛି।

Leave a Reply

Your email address will not be published.