ଯାଜପୁର, ୧୬/୧୧/୨୦୨୨(ଓଡ଼ିଶା ସମାଚାର)-ଯାଜପୁର ସହରସ୍ଥିତ ଅଠରନାଳ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁଦିବସ ପାଳନ କରାଯାଇଅଛି । ବିଦ୍ୟାଳୟର ପ୍ରତିଷ୍ଠାତା ସମାଜସେବୀ ପାଣ୍ଡବ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଭାରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସେଙ୍ଗ ସେଙ୍ଗ ଜବାହାର ଲାଲ ନେହୁର ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀଙ୍କ ପିଲାମାନଙ୍କ ପ୍ରତି ଭଲ ପାଇବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହପ୍ରଭା ଦାସ ସଭାପତିତ୍ୱ କରିବା ସେଙ୍ଗ ସେଙ୍ଗ ସହକାରିଣୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ପ୍ରଭାତି ବେହେରା ନେହୁର ଓ ସମ୍ମାନନୀୟ ଅତିଥିଭାବେ ବିଦ୍ୟାଳୟ କମିଟିର ସଭାପତି ସାମଶୂନ ବିବି ନେହୁରଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ପିଲାମାନଙ୍କୁ ମିଷ୍ଟାନ୍ନ ବଂଟନ କରିବା ସେଙ୍ଗ ସେଙ୍ଗ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲ ।