ଟାଙ୍ଗି,୧୬/୧୧/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ) : ଆଜି ଜାତୀୟ ପ୍ରେସ ଦିବସ। ପ୍ରତିବର୍ଷ ନଭେମ୍ବର ମାସ ୧୬ତାରିଖ କୁ ଜାତୀୟ ପ୍ରେସ ଦିବସ ରୂପେ ପାଳିତ ହୋଇଥାଏ। ସାମ୍ବାଦିକତା ମୁକ୍ତ ଗଣମାଧ୍ୟମ ଓ ସୁସ୍ଥ ଗଣତନ୍ତ୍ର ର ଅବିଛେଦ୍ୟ ଅଗଂ।୧୯୬୬ମସିହାରେ ଜାତୀୟ ପ୍ରେସ ଦିବସ ପ୍ରତିଷ୍ଠା ହୋଇଥିଲା। ଗଣମାଧ୍ୟମ କ୍ରମାଗତ ଭାବରେ ଭାରତର ଗଣତାନ୍ତ୍ରିକ ଆତ୍ମାକୁ ଦୃଢ କରୁଛି । ଗଣମାଧ୍ୟମର ବିଶ୍ବସନୀୟତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସମସ୍ତ ସାମ୍ବାଦିକତା କାର୍ୟ୍ୟକଳାପ ଉପରେ ନଜର ଦେଇଥାଏ। ଆଜି ନିରାକାରପୁର ସାମ୍ବାଦିକ ସଂଘ କାର୍ୟ୍ୟାଳୟଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି।ମୂଖ୍ୟ ଅତିଥି ଭାବରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିରାକାରପୁରର ଅଧ୍ୟକ୍ଷ ତଥା ଗବେଷକ ଡଃ ସଂଜୟ କୁମାର ମହାପାତ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂଘର ସଭାପତି ଦୀପକ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଶ୍ବାମ ସୁନ୍ଦର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।ଉପଦେଷ୍ଟା ଲଛମନ ନାୟକ, ମୁଖପାତ୍ର ବିକ୍ରମ କେଶରୀ ସାହୁ, କୋଷାଧ୍ୟକ୍ଷ ହିମାଂଶୁ ଭୁଷଣ ଚଂପତିରାୟ, ଉପସଭାପତି କପିଳେଶ୍ଵର ସିଂହ, ବିଭୁତି ଭୁଷଣ ଦାଶ, ବରିଷ୍ଠ ସଭ୍ୟ ଶ୍ରୀପ୍ରସାଦ ଦାସ, ପ୍ରକାଶ ବଳିୟାରସିଂହ, କାର୍ତ୍ତିକ ସାମନ୍ତସିଂହାର, ଜ୍ଞାନ ରଂଜନ ଦାଶ, ସୁଚିତ୍ର ଭୁଜବଳ, ଦାଶରଥି ଶ୍ରୀଚନ୍ଦନ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିବା ସହ ଏହି ଦିବସର ମହତ୍ବ ଉପରେ ବକ୍ତବ୍ୟ ରଖିଥିଲେ।