ଖୋର୍ଦ୍ଧା, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଟାଙ୍ଗୀ ସ୍ଥିତ ମା ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜାତୀୟ ପ୍ରେସ ଦିବସ ୨୦୨୨ ଆଡମ୍ଵର ସହକାରେ ପାଳିତ ହୋଇ ଯାଇଛି । ଜାତୀୟ ପ୍ରେସ୍ ଦିବସ ଅବସର ରେ ଅନୁଷ୍ଠିତ ଉତ୍ସଵରେ ଗଣ ମାଧ୍ୟ୍ୟମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହ ଗଣ ମାଧ୍ୟମରେ କାର୍ୟ୍ୟରତ ସାମ୍ବାଦିକ ମାନେ କିଭଳି କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସମ୍ବାଦ ସଂଗ୍ରହ କରୁଛନ୍ତି ସେ ସମ୍ପର୍କରେ ଅତିଥô ମାନେ ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାର କାର୍ୟ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ବୀମା ବ୍ୟବସ୍ଥା କରିଥିବାରୁ ଉପସ୍ଥିତ ସାମ୍ବାଦିକ ମାନେ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପ୍ରବକ୍ତା ସରୋଜ କୁମାର ପାଇକରାୟ ଅତିଥୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ ଗଣ ମାଧ୍ୟ୍ୟମର ସମସ୍ୟା ସମ୍ପର୍କରେ ଆଲୋକ ପାତ କରିଥିଲେ । ଏହି କାର୍ୟ୍ୟକ୍ରମରେ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥô ,ଟାଙ୍ଗୀ ବ୍ଲକ ଆତ୍ମା ଅଧ୍ୟକ୍ଷ ସୁକାନ୍ତ ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଟାଙ୍ଗୀ ବିଡିଓ ଐଶର୍ୟ୍ୟା ସାମନ୍ତରାୟ , ଟାଙ୍ଗୀ ଥାନା ଆଇ ଆଇ ସି ଦିଗ୍ ବିଜୟ ବିଶ୍ୱାଳ , ସଂପାଦକ ମନୋଜ କୁମାର ପଟନାୟକ ପ୍ରମୁଖ ସମ୍ମାନୀତ ଅତିଥô ଭାବେ ଯୋଗ ଦେଇ ବିଭିନ୍ନ ଆଲୋଚନା କରିଥିଲେ । ସର୍ବ ଶେଷରେ ସଂଘର ଉପ ସଭାପତି ମନୋଜ କୁମାର ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ୟ୍ୟକ୍ରମରେ ଆଇନ ଉପଦେଷ୍ଟା ସଂଦିପନୀ ମିଶ୍ର ,କୋଷାଧ୍ୟକ୍ଷ ଲଛମନ ନାୟକ ,ସହ ସଂପାଦକ ବିକ୍ରମ କେଶରୀ ସାହୁ ,ସଭ୍ୟ ରଜନୀ କାନ୍ତ ମିଶ୍ର ,ରାମଚନ୍ଦ୍ର ପରିଡା ,ରାଜେଶ ଜଗଦେବ ,ରାକେଶ ମହାନ୍ତି ,ପ୍ରଶାନ୍ତ କୁମାର ବେହେରା ,ଜୟନ୍ତ ସୁବୁଦ୍ଧି ,ଅନନ୍ତ କୁମାର ପ୍ରଧାନ ,ଦୁର୍ଗା ପ୍ରସାଦ ଦାସ ,ହିମାଂଶୁ ଭୁଷଣ ଚମ୍ପତିରାୟ ,ଶୁଶିଲ କୁମାର ରଣା ,କମଳ ଲୋଚନ ପାଇକରାୟଙ୍କ ସମେତ ବହୁ ସାମ୍ବାଦିକ ଏଥିରେ ସହଯୋଗ କରିଥିଲେ ।