Wednesday , May 31 2023
Home / ବିଶେଷ / କାର୍ତିକେଶ୍ୱର ଭସାଣିରେ ଡି ଜେ ସାଉଣ୍ଡ କୁ ନେଇ ଗଣ୍ଡଗୋଳ , ଦୁଇ ଗିରଫ

କାର୍ତିକେଶ୍ୱର ଭସାଣିରେ ଡି ଜେ ସାଉଣ୍ଡ କୁ ନେଇ ଗଣ୍ଡଗୋଳ , ଦୁଇ ଗିରଫ

ଭୁୁବନ ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ଡି ଜେ ସାଉଣ୍ଡ କୁ ନେଇ ସମଗ୍ର ଭୁବନବାସୀ ଅସ୍ତବ୍ୟସ୍ତ । ଗଣେଶ ପୂଜା ଭସାଣି ରୁ ଆରମ୍ଭ ହୋଇଥିବା ଡି ଜେ ସାଉଣ୍ଡ କାର୍ତିକେଶ୍ୱର ପୂଜା ଭସାଣିରେ ସମାପ୍ତି ହୋଇଛି । ଗତକାଲି ରାତି ଏକ ଅନୁଷ୍ଠାନ ତରଫରୁ କାର୍ତିକେଶ୍ୱର ପୂଜା ଭସାଣି ଉତ୍ସବରେ ଅଧିକା ସାଉଣ୍ଡ ଦେଇ ଡି ଜେ ବଜାଇବାକୁ ନେଇ ପ୍ରଥମେ ହୋ-ହାଲ୍ଲା ପରେ ଗଣ୍ଡଗୋଳ ହୋଇ ମୁଣ୍ଡ ଫଟାଫଟି ଘଟଣା ଘଟିଥିଲା । ଗୁରୁତର ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଡି ଜେ ସାଉଣ୍ଡ ସିଷ୍ଟମ ( ଗାଡି) କୁ ଜବତ କରିବା ସହ କେଶ ନଂ -୪୬୨ /୨୦୨୨ ଆଇପିସି ଦଫା-୨୯୪ ,୩୨୩ ,୩୨୫ ,୩୦୭ ,୩୪ ରେ ମାମଲା ରୁଜ୍ଜୁ କରି ଡି ଜେ ମାଲିକ / ଅପରେଟର କଟକ ଜିଲ୍ଲା ବଡମ୍ବା ଥାନା ଝଜିଆ ଗ୍ରାମର ସ୍ୱର୍ଗତ ଗଣେଶ୍ୱର ବେହେରା ଙ୍କ ପୁଅ ସନ୍ତୋଷ କୁମାର ବେହେରା(୨୬) ଓ ଡ୍ରାଇଭର କଟକ ଜିଲ୍ଲା ବଡମ୍ବା ଥାନା ବନମାଳିପୁର ଗ୍ରାମର ନିତ୍ୟାନନ୍ଦ ବେଜ ଙ୍କ ପୁଅ ଚିନ୍ତାମଣି ବେଜ (୨୧) ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କୋର୍ଟରେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Leave a Reply

Your email address will not be published.