Friday , December 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କଟକ ସଦର ଅଞ୍ଚଳର ଘରେ ଘରେ ପ୍ରଥମାଷ୍ଟମୀ ପାଇଁ ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠାର ବାସ୍ନା

କଟକ ସଦର ଅଞ୍ଚଳର ଘରେ ଘରେ ପ୍ରଥମାଷ୍ଟମୀ ପାଇଁ ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠାର ବାସ୍ନା

କଟକ ସଦର, ୧୬/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଘରର ପ୍ରଥମ ସନ୍ତାନକୁ ସମ୍ମାନ ଜଣାଇବାକୁ ପ୍ରଥମାଷ୍ଟମୀ ଵା ପୋଢୁଆ ଅଷ୍ଟମୀ କେଉଁ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଛି। ଏଥିପାଇଁ ଆଜି ବୁଧବାର ଦିନ କଟକ ସଦର ଅନ୍ତର୍ଗତ କନ୍ଦରପୁର,ଵୈୟାଳିଶ ମୈ।ଜା,ଫୁଲନଖରା,କିଶନନଗର,ନେମାଳ,ଵିଲହାଟ ପ୍ରଭୃତି ଅଞ୍ଚଳର ଘରେ ଘରେ ଏହି ପବିତ୍ର ପ୍ରଥମାଷ୍ଟମୀ ପର୍ଵ ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ପ୍ରଥା ଅନୁସାରେ ଏହି ଦିନ ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠାର ବାସ୍ନା ଦିଗ ଚହଟାଇ ଦେଇଛି। ପ୍ରକାଶ ଯେ ମାର୍ଗଶିର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ ଓଡ଼ିଶାର ପାରମ୍ପାରିକ ପର୍ଵ ପ୍ରଥମାଷ୍ଟମୀ ଵା ପୋଢୁଆଁଷ୍ଟମୀ। ପ୍ରାଚୀନ କାଳରେ ମାର୍ଗଶିର ମାସକୁ ଵର୍ଷର ଆଦ୍ୟ ମାସ ବୋଲି ଗଣନା କରାଯାଉଥିଲା। ତେଣୁ ଵର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ଭାବେ କୁହାଯାଏ। ଏହିଦିନ ବଂଶର ପ୍ରଥମ ସନ୍ତାନକୁ ଵିଧି ଅନୁସାରେ ମାମୁଁ ଘରୁ ଆସିଥିବା ନୂଆ ପୋଷାକ ପିନ୍ଧାଯାଇ ବନ୍ଦାପନା କରାଯାଏ। ଏବଂ ହଳଦୀ ପତ୍ରରେ ତିଆରି ଏଣ୍ଡୁରି ପିଠା ଠାକୁରଙ୍କ ନିକଟରେ ଭୋଗ ଲଗାଯାଇ ତାର ସୁଖ, ସମୃଦ୍ଧି ଓ ଦୀର୍ଘ ଜୀଵନର କାମନା କରି ଷଠୀ ଦେଵୀଙ୍କର ପୂଜାବିଧି ଅନୁଷ୍ଠିତ ହୁଏ। ମାମୁଁ ଘରୁ ଅଷ୍ଟମୀରେ ନୂଆ ଲୁଗାପଟା ଓ ପୋଷାକ ପତ୍ର ଆସୁ ଥିବାରୁ ଏଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ଵନ୍ଧୁ ବୋଲି କହନ୍ତି। ଏହି ଵିଧିରେ ସାମାଜିକ ଓ ପାରିବାରିକ ଵନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ନିହିତ ରହିଥାଏ। ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ଵ ଏବଂ ହଳଦୀ ପତ୍ର ୱଷଧିୟ ଗୁଣ ଓ ବାସ୍ନା ପାଇଁ ବେଶ୍ ଆଦୃତ।

Leave a Reply

Your email address will not be published.