Monday , June 5 2023
Breaking News
Home / ବିଶେଷ / ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଭୁବନେଶ୍ୱର, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଦୈନିକ ‘ସମ୍ବାଦ କେଶରୀ’ କାର୍ଯ୍ୟାଳୟରେ ଜାତୀୟ ପ୍ରେସ୍ ଦିବସ ଏକାଡ଼େମୀର ସଭାପତି ସଞ୍ଜୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ବାର୍ତାର ମୁଖ୍ୟ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଭାରତବର୍ଷର ସାମ୍ବାଦିକ ଓ ସମ୍ବାଦପତ୍ରର କାର୍ଯ୍ୟଧାରାକୁ ସୁସଂହତ କରିବା ପାଇଁ ୧୯୬୬ ମସିହାରେ ଆଜିର ତାରିଖରେ ଭାରତବର୍ଷର ରାଜଧାନୀ ଦିଲ୍ଲୀରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଗଠନ କରାଯାଇଥିଲା । ସେହି ଦିନଟିକୁ ସ୍ମରଣ କରି ଏହି ଦିବସଟି ସମଗ୍ର ଭାରତବର୍ଷରେ ପାଳନ କରାଯାଉଛି । କାର୍ଯ୍ୟରତ ସାମ୍ବାଦିକ ତଥା ଡେସ୍କରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ବହୁ ଘାତ ପ୍ରତିଘାତ ଦେଇ କାର୍ଯ୍ୟ କରୁଛନ୍ତି । ତାଙ୍କର ସୁରକ୍ଷା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରାଥମିକ କାର୍ଯ୍ୟ ହେବା ଉଚିତ୍ ବୋଲି ଡଃ ଜ୍ଞାନେନ୍ଦ୍ର ଦୃଢତାର ସହ କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମିର୍ଜା ବେଗ ସ୍ୱାଗତ ଭାଷଣ ଓ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ବଳରାମ ନନ୍ଦ ବର୍ତମାନ ସମୟରେ ସାମ୍ବାଦିକମାନେ ଗତି କରୁଥିବା ଆର୍ଥିକ ସଙ୍କଟ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଦୈନିକ ‘ସମ୍ବାଦ କେଶରୀ’ର ଇ-ପେପର ଓ ଡ଼ିଜିଟାଲ ପୋର୍ଟାଲକୁ ଡଃ ଜ୍ଞାନେନ୍ଦ୍ର ଉଦ୍ଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରୀତାଞ୍ଜଳି ଆଚାର୍ଯ୍ୟ ଓ ଅନୀତା ଦାସ ପରିଚାଳନା କରିଥିଲେ ।

Leave a Reply

Your email address will not be published.