ଯାଜପୁର, ୧୬/୧୧/୨୦୨୨(ଓଡ଼ିଶା ସମାଚାର)-ଯାଜପୁର ପୌରାଂଚଳର ୧୭ନଂ. ୱାର୍ଡ଼ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଦ୍ୱାରା ଶିଶୁ ଦିବସରେ ଛାତ୍ରଛାତ୍ରୀମାନଙ୍କୁ ପୋଷକ ବଂଟନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ସମାଜସେବୀ ପାଣ୍ଡବ ସାହୁ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଂଟନ କରିବା ସେଙ୍ଗ ସେଙ୍ଗ ନେହୁରଙ୍କ ଜୀବନି ଉପରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅଠରନଳା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ନେହପ୍ରଭା ଦାସ, ଜ୍ୟୋର୍ତିମୟୀ ମିଶ୍ର, ପ୍ରଭାତି ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନେ ନେହୁରଙ୍କ ଜୀବନିରେ ଅନୁପ୍ରାଣିତ ହେବେ ବୋଲି ଉଦବୋଧନ ଦେଇଥିଲେ । ଇତି ଅବସରେ ପିଲାମାନଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ିର ସୁପି୍ରତୀ ସାହୁ ପରିଚାଳନା କରିବା ସେଙ୍ଗ ସେଙ୍ଗ ରୀନା ବାରିକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର