ଯାଜପୁର, ୧୫/୧୧/୨୦୨୨ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ରସୁଲପୁର ବ୍ଲକ ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମର ଚାରି ବାପା ମାଆ ଛେଉଣ୍ଡ ପିଲାଙ୍କୁ ଭେଟି କିଛି ଆର୍ଥିକ ସହାୟତା କରିବା ସହ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ।
ସୂଚନା ଯୋଗ୍ୟ କି ଏହି ପିଲାଙ୍କ ମାଆ ସାତ ବର୍ଷ ପୂର୍ବରୁ ମୁର୍ତ୍ୟୁ ବରଣ କରିଥିଲେ ପରେ ଏହି କିଛି ଦିନ ହେବ ତାଙ୍କ ବାପା ଏକ ଦୁର୍ଘଟଣାରେ ମୁର୍ତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ସମୟରେ ଅନାଥ ପିଲାଙ୍କ ସାଥି ହୋଇ ଅଂଶୁମାନ ଟ୍ରଷ୍ଟ ର ସଦସ୍ୟ ମାନେ ସେଠାରେ ପହଂଚି ତାଙ୍କୁ ସାନ୍ତ୍ୱନା ଦେବା ସହ ଭଲ ମନ୍ଦ ଆଲୋଚନା କରିଥିଲେ ଏବଂ ସେହି ବ୍ଲକ ନରସିଂହପୁର ପଂଚାୟତ ନୂଆ ମିର୍ଜାପୁର ଗ୍ରାମର ଏକ ଅସହାୟ ବୃଦ୍ଧା ବିଭିନ୍ନ ଅସୁବିଧା ରେ ଚଳୁଥିବା ବେଳେ ତାଙ୍କ ଆଉ କେହି ନାହାନ୍ତି । ନିଜର ପ୍ରତିପୋଷଣ ରେ କରିବା ପାଇଁ ମଧ୍ୟ ସାମର୍ଥ୍ୟ ନୁହନ୍ତି ।ଏହି ଖବର ପାଇ ଟ୍ରଷ୍ଟ ର ସଦସ୍ୟ ମାନେ ସେଠାରେ ପହଂଚି ତାଙ୍କୁ ତାଙ୍କ ପ୍ରତିପୋଷଣ ପାଇଁ କିଛି ଆର୍ଥିକ ସହାୟତା ଏବଂ ଦୁଇ ମାସର ରାସନ ଦେବାସହ ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ଟ୍ରଷ୍ଟ ର ସଦସ୍ୟ ମାନେ ପ୍ରତିଶୃତି ଦେଇଥିଲେ । ତତସହିତ ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଏକ ପରିବାର ବହୁତ ଅଭାବ ଅନାଟନ ରେ ଚଳୁଥିବା ଖବର ପାଇ ସେଠାରେ ପହଂଚି ତାଙ୍କୁ କିଛି ଆର୍ଥିକ ସହାୟତା ଏବଂ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିବା ଜଣାପଡ଼ିଛି ।