Sunday , May 28 2023
Breaking News
Home / ବିଶେଷ / ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ସଚେତନ ହେଲେ ଦୁର୍ନିତୀ ହଟିବ

ଭୁବନେଶ୍ୱର, ୧୫/୧୧/୨୦୨୨ (ଓଡ଼ିଶା ସମାଚାର)-ଭାରର୍ତୀ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ରାଜ୍ୟ ଶାଖା ପକ୍ଷରୁ ଲାୟନ୍ସ କ୍ଲବ ଭୁବନେଶ୍ୱର ପ୍ରୀମିୟମର ସହଯୋଗରେ ହୋଟେଲ ଆର୍ୟ ପ୍ୟାଲେସ୍ଠାରେ ଏକ ଆଲାଚନାଚକ୍ର “ଦୁର୍ନୀତି ନିବାରଣ ନାଗରିକଙ୍କ କର୍ତବ୍ୟ” ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତିକୁ ରୋକିବା ସରକାରଙ୍କ କାର୍ଯ୍ୟ । ତେବେ ସାଧାରଣ ନାଗରିକମାନେ ସତର୍କ ରହିବା ସହ ଦୁର୍ନିତୀକୁ ବିରୋଧ କଲେ ହିଁ ଏହା ବହୁ ପରିମାଣରେ କମିବ ବୋଲି ମତ ପ୍ରକାଶ ପାଇଛି । ଦୁର୍ନିତୀ ହେବା ଖବର ପାଇଲେ ଅଭିଯୋଗ କରିବାକୁ ପଡ଼ିବ ଓ ଏହାର ଉପାଦେୟତା ପାଇପାରିବା  । ଏହି ଆଲୋଚନାଚକ୍ରରେ ଦୁର୍ନିୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଆଲୋଚନାରେ ସଂସ୍ଥାର ଓଡ଼ିଶା ଶାଖାର ସଭାପତି ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର କର, ଓଡ଼ିଶା ଷ୍ଟେଟ କୋଅର୍ଡ଼ିନେଟର ଡ଼ ଲିଙ୍ଗରାଜ ସାହୁ, ଆଇନ ପରାମର୍ଶ ତଥା ଲାୟନ୍ସ କ୍ଲବ ପ୍ରେମୀୟମର ସଭାପତି ଅଶୋକ କୁମାର ମହାନ୍ତି, ସମ୍ପାଦକ ମାନସ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave a Reply

Your email address will not be published.