ଖୋର୍ଦ୍ଧା,୧୫/୧୧/୨୨(ଓଡିଶା ସମାଚାର/ ଦୀପକ ପ୍ରଧାନ): ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଅବସରରେ ଆଜି ୨୫ନମ୍ୱର ଜୋନ ବୋଲଗଡ଼ ବ୍ଲକ ଗୋପବନ୍ଧୁ ଛକରୁ ଆରମ୍ଭ କରାଯାଇଥିଲା ।ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହୁଲାଶ ପ୍ରଧାନଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଛି ଏବଂ ସଫଳ ହୋଇଛି ।
ଉକ୍ତ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ କୈଳାସ ପାତ୍ର , ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ସଭାପତି ଅଭିଷେକ ସିଂହ ସାମନ୍ତ, ଖୋରଧା ଜିଲ୍ଲା ପରିଷଦ ର ଅଧ୍ୟକ୍ଷାଙ୍କ ପ୍ରତିନିଧି ,ସରପଞ୍ଚ ବଡକୁମରି ପ୍ରଫୁଲ୍ଲ ପ୍ରଧାନ,ସରପଞ୍ଚ ବେଗୁନିଆ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ବ୍ଲକ ସଭାପତି,ସମସ୍ତ ଜୋନର ଜିଲ୍ଲା ପରିଷଦ ସଭ୍ଯ/ସଭ୍ୟା ନିର୍ବାଚନ ମଣ୍ଡଳୀର ସରପଞ୍ଚ,ସମିତି ସଭ୍ୟ/ସଭ୍ଯା,ବହୁ ବରିଷ୍ଠ ନେତୃବୃନ୍ଦ,ମହିଳା,ଯୁବ-ଛାତ୍ରଙ୍କ ସହିତ ସମସ୍ତ ବିଜୁ ପ୍ରେମୀ ଭାଇ ଭଉଣୀ କର୍ମକର୍ତ୍ତା ଯୋଗଦାନ କରିଥିଲେ ।