ଗରଦପୁର, ୧୫/୧୧/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ାସ୍ଥିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ବୃହତ ଶ୍ରେଣୀ ଗୃହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଭୂ-ଅଭିଲେଖ, ଅନୁସନ୍ଧାନ ଓ ଚକବନ୍ଦୀର ନିର୍ଦ୍ଧେଶକ ତଥା ପୂର୍ବତନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ମହାପାତ୍ର ଙ୍କ କର କମଳରେ ଏହି ବୃହତ ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇ ଯାଇଛି । ଶ୍ରୀଯୁକ୍ତ ମହାପାତ୍ର ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଆମ ରାଷ୍ଟ୍ରପତି ଙ୍କ ନୀତି, ଆଦର୍ଶ ସଫଳତାକୁ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଶୁଭାଶିଷ ଜେନା ଶୃଙ୍ଖଳା ରକ୍ଷା ଓ ସଂଜମ ଆଚରଣ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମହାନ୍ତି ତ୍ୟାଗ ଓ ସମୟାନୁବର୍ତିତା ଜୀବନକୁ ନୂତନ ପଥ ପ୍ରଦର୍ଶନ କରିଥାଏ ବୋଲି ଗୁରୁତ୍ୱ ପ୍ରଦାନ କରିଥିଲେ । ପୂର୍ବତନ ପରିଚାଳନା ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପାଣି ଅନ୍ୟତମ ଅତିଥିଭାବେ ଯୋଗଦେଇଛାତ୍ର ଛାତ୍ରୀ ମାନଙ୍କୁ ବିକଶିତ ହେବା ପାଇଁ ଉପଯୁକ୍ତ ପରାମର୍ଶ ଦେଇଥିଲେ । ଉର୍ଦ୍ଧୁ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ମହମ୍ମଦ ମୋବିନ୍ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ଆଧାରିତ ଉପଯୋଗୀ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ବସନ୍ତ କୁମାର ପାତ୍ର ବୀବରଣୀ ପାଠ କରିଥିଲେ ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିନ ପଂଜିକା ଉନ୍ମୋଚନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉର୍ଦ୍ଧୁ ବିଭାଗୀୟ ମୁଖ୍ୟ ମହମ୍ମଦ ମୋବିନ୍ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା୨୦୨୨ ରେ ସର୍ମୋଚ୍ଚ ନମ୍ବର ରଖିଥିବା ଯୁକ୍ତ ୨ କଳା ଛାତ୍ରୀ ଲିପସା ବିଶ୍ୱାଳଙ୍କୁ ଶ୍ରେଷ୍ଠ ଛାତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପକ ବିଶ୍ୱଜିତ ମହାନ୍ତି ଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।