Wednesday , May 31 2023
Breaking News
Home / ବିଶେଷ / ଜଗନ୍ନାଥଙ୍କ ମନ୍ଦିର ପ୍ରଶାସନକୁ  ବଦାନ୍ୟ ବ୍ୟକ୍ତିଙ୍କ  ଏକ ଲକ୍ଷ ଟଙ୍କା ପ୍ରଦାନ

ଜଗନ୍ନାଥଙ୍କ ମନ୍ଦିର ପ୍ରଶାସନକୁ  ବଦାନ୍ୟ ବ୍ୟକ୍ତିଙ୍କ  ଏକ ଲକ୍ଷ ଟଙ୍କା ପ୍ରଦାନ

ନିରାକାରପୁର, ୧୫/୧୧/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣେ ବଦାନ୍ୟ ବ୍ୟକ୍ତି ନିଜର ଗାଁ ଜମି ବିକ୍ରି ଅର୍ଥରୁ ଏକ ଲକ୍ଷ ଟଙ୍କା ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ନିରାକାରପୁର ଅଞ୍ଚଳର ଜଣେ ଜଗନ୍ନାଥ ପ୍ରେମୀ ତଥା ଜଗନ୍ନାଥ ଗବେଷକ ନିଜ ଗ୍ରାମର ଜମି ବିକ୍ରି କରିଥିବାବେଳେ ସୋମବାର ଦିନ ପୁରୀ ଯାଇ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦାନ ବିଭାଗର ଅଧିକାରୀଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

Leave a Reply

Your email address will not be published.