ନିରାକାରପୁର, ୧୫/୧୧/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଥାନା ଅନ୍ତର୍ଗତ ନିରାକାର ପୁର ଷ୍ଟେସନ ରୋଡ଼ ରେ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ ସହ ଜଣେ ଗିରଫ । ସୁଚନା ଅନୁଯାୟୀ ଆଜି ବେଆଇନ ଭାବେ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ ସକାଳ ୧୦ଟା ସମୟ ରେ ଷ୍ଟେସନ ରୋଡ଼ ରେ ଯାଉଥିବା ବେଳେ ଖବର ପାଇ ନିରାକାର ପୁର ଥାନା ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ପଥର ବୋଝେଇ ଟ୍ରକ ଜବତ କରାଯିବା ସହ ଜଣେ ଡ୍ରାଇଭର କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ନିରାକାରପୁର ଅଞ୍ଚଳର ଦିପକ ଜେନା । ଗିରଫ ବ୍ୟକ୍ତି ଙ୍କ ନାମରେ ପୋଲିସ କେଶ୍ ୨୨୮/୨୨ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ସୁଚନା ଦେଇଛନ୍ତି ଆଇଆଇସି ଗିତାଞ୍ଜଳୀ ନାୟକ।