କେନ୍ଦ୍ରାପଡ଼ା,୧୫/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର କ୍ଷେତ୍ର ପରିଦର୍ଶିକା ମାନସୀ ଦାସଙ୍କ ପରାମର୍ଶ କ୍ରମେ ସେହି କେନ୍ଦ୍ରର କର୍ମୀ ସମସେରା ବେଗମଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ସରପଂଚ କଳ୍ପନା ମହାନ୍ତି, ଆତ୍ମାର ସଦସ୍ୟ ଅବଦୁଲ ସଲିମ ଖାଁ, ୱାର୍ଡ ସଭ୍ୟ ଅଜମେରୀ ବେଗମ, ଯାଂଚ କମିଟି ସଭାପତି ମହମ୍ମଦ ପରୱେଜ ସଜ୍ୱାଦ, ମୁସଲିମ
ବସ୍ତିର ପୂର୍ବତନ ସର୍ଦ୍ଧାର ସମସେର ଅଲ୍ଲୀ ପ୍ରମୁଖ ଯୋଗଦେଇ କେନ୍ଦ୍ରର ପିଲାମାନଙ୍କୁ ଡ୍ରେସ, ସୁଇଟର, ଜୋତା ଓ ମୋଜା ପ୍ରଭୃତି ବଂଟନ କରିଥିଲେ । କେନ୍ଦ୍ରର ସହାୟିକା ନଗମା ବିବି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କେନ୍ଦ୍ରର କର୍ମୀ ସମସେରା ବେଗମ ଧନ୍ୟବାଦ ଅର୍ପଣ ସହ ପିଲାମାନଙ୍କୁ ମିଠା ଖୁଆଇଥିଲେ ।