Wednesday , May 31 2023
Breaking News
Home / ବିଶେଷ / କର୍ମଚାରୀ ପିନ୍ଧିଲେ କଳା ବ୍ୟାଚ୍

କର୍ମଚାରୀ ପିନ୍ଧିଲେ କଳା ବ୍ୟାଚ୍

ଗରଦପୁର, ୧୫/୧୧/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ରେ ଓଡ଼ିଶା ସରକାରୀ ଆଉଟ ସୋର୍ସିଂ ଦ୍ୱାରା ନିଯୁକ୍ତ ହୋଇଥିବା ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସରକାରୀ କରିବା ସହ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଚାରୀମାନେ ଆଜି କଳା ବ୍ୟାଚ ପରିଧାନ କରିଥିଲେ ।  ଏଥି ସହିତ ଏମାନଙ୍କ ଦାବି ପତ୍ରକୁ ବିଡ଼ିଓ ଧର୍ମ ରଂଜନ ପଣ୍ଡା ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ଦୀର୍ଘ ୨୦୧୮ ମସିହାରୁ ଏହି ଦାବି ହୋଇ ଭୁବନେଶ୍ୱର ରେ ବହୁବାର ଶୋଭାଯାତ୍ରା କରି ମୁଖ୍ୟ ମନ୍ତ୍ରୀ ଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର ଏଭଳି ଘୃଣ୍ୟ ପ୍ରଥାକୁ ଉଛେଦ କରୁନାହାନ୍ତି । ସରକାର ଦାବି ପୂରଣ ପାଇଁ ଆଜି କର୍ମଚାରୀମାନେ  କଳାବ୍ୟାଚ ପିନ୍ଧିବା ସହିତ ବିଡ଼ିଓ ଙ୍କ ଜରିଆରେ ଦାବି ପତ୍ର ପଠାଇଥିଲେ । ଏହି ଅବସରରେ କର୍ମଚାରୀ ଅଶ୍ୱିନୀ ଦାସ, ଅଟଳ ବିହାରୀ ପତି, ସାରଦା ବାରିକ, ଦୀପକ କୁମାର ସାହୁ,ତୁଷାରକାନ୍ତ ମଲିକ, ସୁନନ୍ଦା ଦାସ, ଶୁଭଶ୍ରୀ ନାୟକ, ପ୍ରମୋଦ ରାଉତ ପ୍ରମୁଖ ୨୦ ରୁ ଉଦ୍ଧ୍ୱର୍ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.