Monday , June 5 2023
Breaking News
Home / ଶିକ୍ଷା / କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତିକ ପ୍ରଥା ଉଚ୍ଛେଦ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କନିଷ୍ଠ ଶିକ୍ଷକ ସଂଘର ନିବେଦନ

କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତିକ ପ୍ରଥା ଉଚ୍ଛେଦ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କନିଷ୍ଠ ଶିକ୍ଷକ ସଂଘର ନିବେଦନ

ଭୁବନେଶ୍ୱର, ୧୫/୧୧/୨୦୨୨(ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା ଏକ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ । ଏହାକୁ ଓଡ଼ିଶାର ଜନସାଧାରଣଙ୍କ ସମେତ ଓଡ଼ିଶା କନିଷ୍ଠ ଚୁକ୍ତିଭିତିିକ ଶିକ୍ଷକ ସଂଘ ହୃଦୟରୁ ଗଭୀରତମ ପ୍ରଦେଶରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଉକ୍ତ ନିଷ୍ପତିିରେ ଶିକ୍ଷା ବିଭାଗର ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ଚୁକ୍ତିଭିତିକ ଶିକ୍ଷକ ସମେତ ୫୭୦୦୦ ଚୁକ୍ତିଭିତିକ କର୍ମଚାରୀ ଉପକୃତ ହେଲେ । ମାତ୍ର ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ, ଅତୀତରେ ସମସ୍ତ ନିଷ୍ପତିି ପରି ସରକାରଙ୍କର ଏହି ନିଷ୍ପତିିରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତିକ କନିଷ୍ଠ ଶିକ୍ଷକମାନେ ବାଦ ପଡ଼ିଥିଲେ । ଚୁକ୍ତିଭିତିକ ଉଚ୍ଛେଦ ନିମନ୍ତେ ସମସ୍ତ ଚେଷ୍ଟା ଓ ପ୍ରୟାସ ସମୟରେ ଚୁକ୍ତିଭିତିିକ କର୍ମଚାରୀ ମହାସଂଘ ସହିତ ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ସଂଘ ସମବେତ କଣ୍ଠରେ ଦାବି କରିଆସିଛି । ସରକାରଙ୍କ ତରଫରୁ ତା ୧୩.୧୦.୨୦୨୨ରେ ଆୟୋଜିତ ଆଲୋଚନାରେ ମଧ୍ୟ ଚୁକ୍ତିଭିତିିକ କନିଷ୍ଠ ଶିକ୍ଷକ ସଂଘ ଭାଗ ନେଇଥିଲା ଏବଂ ମାନ୍ୟବର ୫-ଟି ସଚିବ, ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବେ କନିଷ୍ଠ ଶିକ୍ଷକମାନଙ୍କୁ ଠିକା ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶାର ସେହି ଐତିହାସିକ ଦିନ ତା ୧୫.୧୦.୨୦୨୨ରିଖରେ କନିଷ୍ଠ ଶିକ୍ଷକମାନେ ସାମିଲ୍ ହୋଇପାରି ନଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ କନିଷ୍ଠ ଶିକ୍ଷକମାନେ ସରକାରଙ୍କ ପ୍ରଣୀତ ନିୟମାନୁସାରେ ନିଯୁକ୍ତ ହୋଇ ଆସୁଅଛୁ । ଖାଲି ପଦବୀରେ ନିଯୁକ୍ତି ହେଉଛି ଏବଂ ସଂରକ୍ଷର ନିୟମ ୧୯୭୫ ପାଳନ କରି ନିଯୁକ୍ତି ପାଉଛୁ । ଅନ୍ୟ ଚୁକ୍ତିଭିତିିକ କର୍ମଚାରୀଙ୍କ ଭଳି ୬ ବର୍ଷ ପରେ ନିୟମିତ ହେଉଅଛୁ । ରାଜ୍ୟ ସରକାରଙ୍କ ପତ୍ରାଙ୍କ ସଂଖ୍ୟା ୫୦୮୦ ତା ୧୨.୦୩.୨୦୧୮ ରିଖରେ ଶିକ୍ଷା ସହାୟକଙ୍କୁ ଚୁକ୍ତିଭିତିକ ଆଖ୍ୟା ମଧ୍ୟ ଦେଇଥିଲେ । ଓଡ଼ିଶାରେ ପ୍ରଥମେ ୨୦୦୦ ମସିହାରୁ ପ୍ରାଥମିକ ବିଦ୍ୟାଳୟରୁ ଚୁକ୍ତିଭିତିକ ପ୍ରଥା ଆରମ୍ଭ ହୋଇଛି କିନ୍ତୁ ୨୦୧୩ ମସିହାରେ ସମସ୍ତ ବିଭାଗକୁ ଚୁକ୍ତିଭିତିିକ ନିୟମରେ ସାମିଲ୍ କରି କେବଳ କନିଷ୍ଠ ଶିକ୍ଷକଙ୍କୁ ଛାଡ଼ି ଦିଆଯାଇଛି ।
ପ୍ରକାଶଥାଉକି, ୨୦୧୮ ମସିହାରେ ଡ଼ିପ୍ଲୋମା, ଜେଇ, ୨୦୧୯ରେ ନର୍ସିଂ ଅଫିସରମାନଙ୍କୁ ସାମିଲ କରି ନିୟମିତ କରାଯାଇଛି କିନ୍ତୁ କନିଷ୍ଠ ଶିକ୍ଷକମାନଙ୍କୁ ଅଣଦେଖା କରାଯାଇଛି । ସର୍ବପରେ କୌଣସି କାରଣବଶତଃ ଆମକୁ ଦେଇଥିବା ପ୍ରତିଶ୍ରୁତି ସରକାର ସେଦିନ ରଖିପାରିନଥିଲେ । ପରବର୍ତୀ ସମୟରେ ସଂଘ ପୁନର୍ବାର ସରକାରଙ୍କ ସହିତ ଯୋଗାଯୋଗ ସ୍ଥାପନ କରିଥିଲା । ସଂଘ ବିଭିନ୍ନ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟଶାସନ ସଚିବ ଏବଂ ଗଣଶିକ୍ଷା ବିଭାଗ ସହିତ ସଫଳ ଆଲୋଚନା କରିଥିଲା । ସେଥିରେ ଖୁବ୍ ଶୀଘ୍ର ସଫଳତାର ସ୍ୱାଦ ପାଇବୁ ବୋଲି ଆଶ୍ୱାସନା ମିଳିଛି । ଆମେ ୧୦୦୦୦ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଓଡ଼ିଶାର କୋଣ ଅନୁକୋଣରେ ମାନବ୍ୟର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାର ଲକ୍ଷ୍ୟକୁ ସାଧନ ନିମନ୍ତେ ଅହରହ କାର୍ଯ୍ୟରତ । ଏଣୁ ସରକାରଙ୍କ ନିକଟରେ ବିନମ୍ର ନିବେଦନ ଜିଏ ଏବଂ ପିଜିର ପତ୍ରାଙ୍କ ସଂଖ୍ୟା ୨୯୦୭୬ ତା ୧୬.୧୦.୨୦୨୨ରିଖରେ ଚୁକ୍ତିଭିତିକ କର୍ମଚାରୀଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗ କନିଷ୍ଠ ଶିକ୍ଷକମାନଙ୍କ ନିମନ୍ତେ ଲାଗୁ କରନ୍ତୁ । କନିଷ୍ଠ ଶିକ୍ଷକମାନଙ୍କର ନିବେଦନକୁ ଯଥାଶୀଘ୍ର ବିଚାରକୁ ନେଇ ୧୦୦୦୦ କନିଷ୍ଠ ଶିକ୍ଷକଙ୍କ ସମେତ ତାଙ୍କ ପରିବାର ମୁହଁରେ ହସ ଦେବେ ବୋଲି ଭାରତର ଏକନମ୍ବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଜନପି୍ର୍ରୟ ତଥା ଆମର ଅତିପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଏବଂ ଅଖଣ୍ଡ ବିଶ୍ୱାସ ରହିଛି ।

Leave a Reply

Your email address will not be published.