Thursday , June 1 2023
Breaking News
Home / ବିଶେଷ / କଟକ ସଦର ବିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ମହନୀୟତା,ଵାଳାଶ୍ରମ ଅନ୍ତେବାସୀଙ୍କୁ ଵୁଲାଇଲେ ବାଲିଯାତ୍ରା

କଟକ ସଦର ବିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ମହନୀୟତା,ଵାଳାଶ୍ରମ ଅନ୍ତେବାସୀଙ୍କୁ ଵୁଲାଇଲେ ବାଲିଯାତ୍ରା

କଟକ ସଦର, ୧୫/୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ମେଳା ମହୋତ୍ସବ ଭଳି ଐତିହାସିକ ବାଲିଯାତ୍ରା ବନ୍ଧୁବାନ୍ଧବଙ୍କ ସହ ଵୁଲିଵାକୁ ସମସ୍ତେ ଆଗଭର ହେଉଥିବା ବେଳେ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ଏଥିରୁ ଵାହାରି ଏକ ନିଆରା ଉଦାହରଣ ସୃଷ୍ଟି କରି ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ସଦର ନିର୍ବାଚନମଣ୍ଡଳୀର ନୂଆପଡା ଠାରେ ଥିଵା ଅନାଥ ପିଲାମାନଙ୍କର ଉତ୍କଳ ଵାଳାଶ୍ରମର ସମସ୍ତ ଅନ୍ତେବାସୀମାନଙ୍କୁ ବାଲିଯାତ୍ରା ଵୁଲାଇ ପିଲାଙ୍କ ମନରେ ଆନନ୍ଦ ଦେଵା ସହିତ ନିଜେ ଅପୂର୍ବ ଆନନ୍ଦ ପାଉଛନ୍ତି।ଚଳିତ ବର୍ଷ ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ନିର୍ଦେଶ କ୍ରମେ ସେଠାରେ ପ୍ରଚାର ଦାୟିତ୍ବରେ ଥିଲେ ଵି ପିଲାଙ୍କ ବାଲିଯାତ୍ରା ଵୁଲାଇ ନେବା କଥାକୁ ଭୁଲିନଥିଲେ। ଏଥିପାଇଁ ଗତକାଲି ସୋମବାର ବିଧାୟକଙ୍କ ସିଏମସି ପ୍ରତିନିଧି ମନୋରଞ୍ଜନ ମହାପାତ୍ର (ଵୁଲୁ) ସମସ୍ତ ଅନ୍ତେବାସୀମାନଙ୍କୁ ଗାଡିରେ ନେଇ ବାଲିଯାତ୍ରା ବୁଲାଇବା ସହିତ ଦୋଳି,ଚକ୍ରି ଓ ଖୁଆପିଆର ମଜା ଦେଇଥିଲେ। ଏଥିରେ ପିଲାମାନଙ୍କ ଆନନ୍ଦ କହିଲେ ନସରେ ଵୋଲି ପରିଲକ୍ଷିତ ହୋଇଥିଲା।ଵିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ସଵୁ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.