Friday , December 9 2022
Breaking News
Home / ବିଶେଷ / କଟକ ବାଲିଯାତ୍ରା ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ

କଟକ ବାଲିଯାତ୍ରା ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ

କଟକ, ୧୫/୧୧/୨୦୨୨ (ଓଡ଼ିଶା ସମାଚାର)- କଟକ ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ସରିବାକୁ ଥବାବେଳେ ଯାତ୍ରୀଙ୍କ ଉତ୍ସାହ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି। ପରିଷଦର ଏହି ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହା ପରେ ଔପଚାରିକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିଯାତ୍ରାର ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯିବ। ଯଦି ବାଲିଯାତ୍ରାର ଅବଦ୍ଧି ଆଉ ଦୁଇ ଦିନ ବୃଦ୍ଧି ହୁଏ ବୁଧବାର ବଦଳରେ ଶୁକ୍ରବାର ଯାଏଁ ମେଳା ଜମିବ । ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଥିଲେ ।

Leave a Reply

Your email address will not be published.