Wednesday , May 31 2023
Breaking News
Home / ବିଶେଷ / ସ୍ୱାମୀ ର ତୀର ମାଡ଼ରେ ସ୍ତ୍ରୀ ଗୁରୁତର ଆହତ

ସ୍ୱାମୀ ର ତୀର ମାଡ଼ରେ ସ୍ତ୍ରୀ ଗୁରୁତର ଆହତ

ମୟୂରଭଞ୍ଜ,୧୪/୧୧/୨୦୨୨(ଓଡ଼ିଶା ସମାଚାର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧାନପୋତା ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି । ଆହତ ମହିଳା ଜଣକ ଉକ୍ତ ଗ୍ରାମର ରଜ ସିଂଙ୍କ ସ୍ତ୍ରୀ ଚୁମକୀ । ବେଲାମ ରଜ ସିଂ ଧାନପୋତା ଗାଁର ନଟବର ସିଂଙ୍କ ଭଉଣୀ ଚୁମକୀ (୩୫)ଙ୍କୁ  ବିବାହ କରି ସେହି ଗାଁରେ ଘରଜ୍ୱାଇଁ ଭାବେ ରହିଆସୁଥିଲେ । କୌଣସି ଘଟଣାକୁ ନେଇ ରବିବାର ସକାଳେ ଉତ୍ୟକ୍ତ ହୋଇ ରଜ ସିଂ ସ୍ତ୍ରୀକୁ ତୀର ବିନ୍ଧି ଦେଇଥିଲା। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବା ବେଳେ ଗୁରୁତର ଆହତ ଚୁମକୀଙ୍କୁ ଉଦ୍ଧାର କରି ବଡ଼ସାହି ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗ୍ରାମବାସୀଙ୍କ ସୂଚନା ମୁତାବକ ୨ ଦିନ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏନେଇ ଥାନାରେ କୌଣସି ଏତଲା ହୋଇ ନ ଥିଲେ ସୁଦ୍ଧା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଧରିବା ସହିତ ତା ନିକଟରୁ ଧନୁ, ତୀର, କୁରାଢ଼ୀ, ବାଟୁଳି ଆଦି ଜବତ କରିଛି।

Leave a Reply

Your email address will not be published.