Wednesday , May 31 2023
Home / ଶିକ୍ଷା / ସାଲେପୁର ମଣ୍ଡଳ ସ୍ଥରୀୟ ଶିଶୁ ମହୋତ୍ସବ ଓ ବିଜ୍ଞାନ ମେଳା ଉଦଘାଟିତ

ସାଲେପୁର ମଣ୍ଡଳ ସ୍ଥରୀୟ ଶିଶୁ ମହୋତ୍ସବ ଓ ବିଜ୍ଞାନ ମେଳା ଉଦଘାଟିତ

ସାଲେପୁର, ୧୪/୧୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସାଲେପୁର ହାଇସ୍କୁଲ ପରିସରରେ ସୋମବାର ଉଦଘାଟିତ ହୋଇଯାଇଛି । ଏହି ଦୁଇଦିନିଆ କାର୍ୟ୍ୟକ୍ରମ କୁ ବିଧାୟକ ପ୍ରଶାନ୍ତ କୁମାର ବେହେରା ଉଦଘାଟନ କରି ବିଦ୍ୟାଳୟ ଗୁଡିକରେ ଶିଶୁ ଦିବସ ପାଳନ ର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଆଜିର ଶିଶୁ, ଆସନ୍ତା କାଲି ର ଜଣେ ଜଣେ ନାଗରିକ । ଶିକ୍ଷା ରେ ମନୋନିବେଶ ଦ୍ୱାରା ଆଜିର କୁନି ବୈଜ୍ଞାନିକ ଭବିଷ୍ୟତ ର ଜଣେ ସଫଳ ବୈଜ୍ଞାନିକ ହୋଇପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ମଣ୍ଡଳ ଶିକ୍ଷାଧିକାରୀ ଜଗବନ୍ଧୁ ଶତପଥୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଡିଇଓ ସନ୍ତୋଷ ରାଉତ, ପ୍ରାକ୍ତନ ବିଆରସି ରଜନୀ କାନ୍ତ ଦାଶ ଙ୍କ ସମେତ ସମସ୍ତ  ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକ୍ରମ ରେ ସହାୟତା କରି ଥିଲେ । ବିଜ୍ଞାନ ମେଳା ରେ ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ଆକର୍ଷଣୀୟ ପ୍ରୋଜେକ୍ଟ ସ୍ଥାନ ପାଇଥିଲା । ଉତ୍ସବ ରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଧାୟକ ନୂତନ ବିଇଓ କାର୍ୟାଳୟ ଉଦଘାଟନ କରିଥିଲେ ।

Leave a Reply

Your email address will not be published.