Thursday , June 1 2023
Breaking News
Home / ଶିକ୍ଷା / ସାଇଜ୍ଞାନ ପ୍ଲେ ସ୍କୁଲରେ  ଶିଶୁ ଦିବସ ପାଳିତ

ସାଇଜ୍ଞାନ ପ୍ଲେ ସ୍କୁଲରେ  ଶିଶୁ ଦିବସ ପାଳିତ

 ଜଗତସିଂହପୁର, ୧୪/୧୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ସଦର ମହକୁମାର ଜୟବଡ଼ ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଜ୍ଞାନ ପ୍ଲେ ସ୍କୁଲରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସାଇ ଜ୍ଞାନ ପ୍ଲେ ସ୍କୁଲ ର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ସଦର ଉପ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ନାରାୟଣ ବାଗ ଯୋଗଦେଇ କହିଲେ ଶିଶୁ ମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ।ସେମାନଙ୍କୁ ଉଚିତ ମାର୍ଗରେ ଗଢିତୋଳିବା ହେଇଛି ପରିବାର, ସମାଜ ଓ ବିଦ୍ୟାଳୟ ଶିକ୍ଷକ ମାନଙ୍କର ଗୁରୁଦାୟିତ୍ୱ ଅଟେ।ଛୋଟ ପିଲାମାନେ କୋମଳ, ନିଷ୍ପାପ, ସରଳ କଳିକା ସଦୃଶ ଅଟନ୍ତି।ଛୋଟ ପିଲାମାନଙ୍କ ଭବିଷ୍ୟତରେ ଦେଶର ଭଭିଷ୍ୟତ ନିର୍ଭର କରିଥାଏ।ଆଜିର ଦିନରେ ଏହି କୁନି କୁନି କଢି ମାନଙ୍କୁ ସମସ୍ତ ମାନବୀୟ ସଦଗୁଣରେ ପରିପୂର୍ଣ୍ଣ କରି ତାଙ୍କ ଭବିଷ୍ୟତ କାମନା କରିବା ଆମ ସମସ୍ତଙ୍କର ଲକ୍ଷ ହେବା ଉଚିତ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ ଶିଶୁ ମାନଙ୍କ ଉନ୍ନତି ରେ ଦେଶର ଉନ୍ନତି।ଶିଶୁ ମାନେ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ବଳ।ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଶିଶୁ ମାନଙ୍କୁ  ପରାମର୍ଶ ଦେଇଥିଲେ।ଏହି ଉତ୍ସବ ରେ ଅଧ୍ୟକ୍ଷତା କରି ସାଇଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ କହିଲେ ପ୍ରତିଦିନ ମୋର ସମୟ ଶିଶୁ ମାନଙ୍କ ଗହଣରେ କଟୁଛି।ସୁତରାଂ ସବୁଦିନ ଶିଶୁ ଦିବସ ଭଳି ଲାଗୁଛି।ଆଜିର ଦିନରେ କୁନି କୁନି ପିଲାମାନେ ନେହେରୁ, ଝାଂନସି ରାଣୀ, ଭଗତସିଂ,ଭାରତ ମାତା ଇତ୍ୟାଦି ବେଶରେ ସଜିତ ହୋଇ ଆସିଛନ୍ତି।ଏହି କୌତୁକ ବେଶ ଭବିଷ୍ୟତ ପାଇଁ ପ୍ରେରଣା ଦାୟୀ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ଅଧ୍ୟାପକ ଆଇଜାକ ମହାନ୍ତି ସ୍ୱାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ।ସାଇଜ୍ଞାନ ପ୍ଲେ ସ୍କୁଲ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବ ରେ ସାଇଜ୍ଞାନ କୁନି କୁନି ଛାତ୍ରଛାତ୍ରୀ, ଶିକ୍ଷୟତ୍ରୀ ଗଣ ଓ ଅଭିବାବକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.