Wednesday , May 31 2023
Home / କ୍ରୀଡ଼ା / ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଦ୍ୟାଳୟ ଫୁଟବଲ

ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଦ୍ୟାଳୟ ଫୁଟବଲ

ସତ୍ ନାକୁ ୯-୦ ଗୋଲ୍ ରେ ହରାଇଲା ରେଭେନସା

କଟକ/ରାଞ୍ଚି,୧୪/୧୧/୨୦୨୨ (ଓଡ଼ିଶା ସମାଚାର)- ରାଞ୍ଚିର ବିଆଇଟି ମିଶ୍ରା ବିଶ୍ବବିଦ୍ୟାଳୟ ଖେଳପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରେଭେନ୍ ସା ବିଶ୍ବବିଦ୍ୟାଳୟ ବୃହତ ବିଜୟ ହାସଲ କରିଛି। ରବିବାର ଖେଳାଯାଇଥିବା ମ୍ୟାଚରେ ରେଭେନ୍ ସା ୯-୦ ଗୋଲରେ ଏକେଏସ୍ ୟ ୟୁ ସତ୍ ନା ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ରେଭେନ୍ ସା ପକ୍ଷରୁ କେ ଜର୍ଜ କେନିତ ୱିଲିୟମ ୩ଟି, ଜତିନ ମାରାଣ୍ଡି ଓ ବିମଳେଶ ବାଙ୍ଗରା ୨ଟି ଲେଖାଏଁ ଅମରଦୀପ୍ ଖାକ୍ରା ଓ ବିଶାଳ ହଁାସଦା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ରେଭେନ୍ ସା ବିଶ୍ବବିଦ୍ୟାଳ୍ର ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଜ୍ଞାନରଞ୍ଜନ ବେହେରା, ବିମଳ କୁମାର ରାୟ ମ୍ୟାନେଜର ରହିଛନ୍ତି । ରେଭେନ୍ ସା ୧୬ରେ ପରବର୍ତ୍ତୀ ମ୍ୟାଚ ମଣିପୁରର ଡିଏମୟୁ ଇମ୍ପାଲ ବିଶ୍ବବିଦ୍ୟାଳୟ ବିପକ୍ଷରେ ଖେଳିବ।

Leave a Reply

Your email address will not be published.