Thursday , June 8 2023
Breaking News
Home / ବିଶେଷ / ଶ୍ରୀ ଜଗନ୍ନାଥ ମନ୍ଦିର ର ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଦିବସ

ଶ୍ରୀ ଜଗନ୍ନାଥ ମନ୍ଦିର ର ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଦିବସ

ଟାଙ୍ଗି, ୧୪/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ : ନିରାକାରପୁର ନିକଟସ୍ଥ ଗଡଖାରଦ ସ୍ଥିତ ଚକ୍ରମଣୋହି କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଦିବସ ରବିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଅଛି। ସକାଳୁ ଅଙ୍କୁରାରୋପଣ ସହ କଳସ ଯାତ୍ରା କରାଯାଇ ପରେ ସୂର୍ୟ୍ୟ ପୂଜା ଓ ହୋମ ଯଞ କରାଯାଇଥିଲା। ସଂଧ୍ୟାରେ ପୂର୍ଣାହୁତି ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅଂଚଳର ଶହ ଶହ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ। ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ପରେ ଏକ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଭକ୍ତଗଣ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ଉପଭୋଗ କରିଥିଲେ। କାର୍ୟ୍ୟକାରୀ କମିଟିର ସମସ୍ତ ସଦସ୍ୟ ପୂର୍ଣ ସହଯୋଗ କରି କାର୍ୟ୍ୟକ୍ରମକୁ ସଫଳ କରିଥିଲେ।

 

Leave a Reply

Your email address will not be published.