Wednesday , May 31 2023
Breaking News
Home / ବିଶେଷ / ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୈତୃକ ବାସ ଭବନରେ ଅଗ୍ନୀ କାଣ୍ଡ 

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୈତୃକ ବାସ ଭବନରେ ଅଗ୍ନୀ କାଣ୍ଡ 

ଗରଦପୁର, ୧୪/୧୧/୨୦୨୨(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କ ପାଟକୁରାର ପୈତୃକ ଗ୍ରାମ ତଳକୁସୁମା ଠାରେ ଥିବା ଚାଳ ଛପର ବିଶିଷ୍ଟ ୪ ବଖରା ଖଂଜାଘରେ ଆଜି ଦିନ ୧୨ ଘଟିବା ସମୟରେ ଅଗ୍ନୀକାଣ୍ଡ ଘଟିଛି ।  ଘଟଣାସ୍ଥଳରେ ଗରଦପୁର ଓ କୋରୁଆ ର ଅଗ୍ନୀଶମ ବିଭାଗ କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।  ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି । ତେବେ ନିଆଁ କେଉଁ କାରଣରୁ ଲାଗିଛି , ତାହାର କାରଣ ସ୍ପଷ୍ଟ ହୋଇନଥିବାବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ଏହି ଖବର ପାଇ ବିଜୟ ମହାପାତ୍ର ନିଜ ବାସ ଭବନରେ ପହଂଚି ନିଜ ବାସ ଭବନ ବୁଲି ଦେଖିବା ସହ ଏହା ସଟ ସର୍କିଟ ଯୋଗୁ କିମ୍ବା ଅନ୍ୟ କଣ ଥାଇ ପାରେ  ତାହା ଅଧିକ ତଦନ୍ତ ହେଲେ ଜଣାପଡ଼ିବ ବୋଲି କହିଛନ୍ତି । ଏହି ଖବର ଶୁଣି ବିଜେପି ନେତା ତେଜେଶ୍ୱର ପରିଡ଼ା ତଳକୁସୁମା ଗ୍ରାମକୁ ଯାଇ ଶ୍ରୀ ମହାପାତ୍ରଙ୍କ ଘର ପୋଡ଼ି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

Leave a Reply

Your email address will not be published.