Wednesday , May 31 2023
Home / ବିଶେଷ / ଜି ଉଦୟଗିରିରେ ୧୦କୁ ଖସିଲା ପାରଦ

ଜି ଉଦୟଗିରିରେ ୧୦କୁ ଖସିଲା ପାରଦ

ଭୁବନେଶ୍ୱର,୧୪/୧୧/୨୦୨୨(ଓଡ଼ିଶା ସମାଚାର)-କନ୍ଧମାଳ, କୋରାପୁଟ, ଝାରସୁଗୁଡା ଓ କଳାହାଣ୍ଡି ଜିଲା ଶୀତରେ ଥରୁଛି। ଏସବୁ ଜିଲାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲାର ଜି.ଉଦୟଗିରିରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ  ହୋଇଛି। ଫୁଲବାଣୀ ଓ ଦାରିଙ୍ଗବାଡିରେ ୧୨ ଡିଗ୍ରୀ ରାତି ତାପମାତ୍ରା ରହିଛି। ଛତ୍ରପୁର ୧୩ଡିଗ୍ରୀ, କୋରାପୁଟ ୧୩.୫ଡିଗ୍ରୀ, ଭବାନୀପାଟଣା ୧୪ଡିଗ୍ରୀ, କେନ୍ଦୁଝର ୧୪.୮ଡିଗ୍ରୀ, ଝାରସୁଗୁଡା ୧୩.୮ଡିଗ୍ରୀ ସେଲ୍ ସିୟସ ରାତି ତାପମାତ୍ରା ରହିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି ଯେ, ଆସନ୍ତା ୨ଦିନ ପର୍ଯ୍ୟର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ ରୁ ୩ଡିଗ୍ରୀ ତଳକୁ ଖସିବ। ଫଳରେ ଶୀତ ଅନୁଭୂତ ହେବା ସମ୍ଭାବନା ରହିଛି। କଟକ ଓ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଶନିବାର ଅପେକ୍ଷା ରବିବାର ୧ଡିଗ୍ରୀ ତଳକୁ ଖସିଛି। ଭୁବନେଶ୍ବରରେ ପାରଦ ୧୮.୫ ଡିଗ୍ରୀ ଥିବାବେଳେ କଟକରେ ୧୯ ଡିଗ୍ରୀ ରହିଛି।

Leave a Reply

Your email address will not be published.