Wednesday , May 31 2023
Breaking News
Home / ବିଶେଷ / ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ ଶିଶୁ ଦିବାସ ପାଳନ”

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ ଶିଶୁ ଦିବାସ ପାଳନ”

ଯାଜପୁର ୧୪/୧୧/୨୦୨୨(ଓଡ଼ିଶା ସମାଚାର)- ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଯାଜପୁର ପକ୍ଷରୁ ସ୍ୱରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ପ୍ରାଧିକରଣର ସମ୍ପାଦିକା ଶୀ୍ରମତୀ ଜ୍ୟେତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳନ କରାଯିବା ସହିତ ଏକ ଆଇନ ସଚେତନତା ସଭାର ଅୟୋଜନ କରାଯାଇଥିଲା । ଏଥିରେ ଅତିଥିଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତା ବେହେରା ,ସଦସ୍ୟ ଡ଼ଃ ରୁଦ୍ର ନାରାୟଣ ପୃଷ୍ଟି, ପ୍ୟାନେଲ ଆଡ଼ଭକେଟ୍ କୁଳମଣୀ ନାୟକ, ଅଖିଳ ମୋହନ ଦାସ, ରାଜଲକ୍ଷୀ ବିଶ୍ୱାଳ, ସମାଜ ସେବୀ ହୃଷିକେଶ ପଣ୍ଡା, ପ୍ରମୁଖ ଯୋଗ ଦେଇ ଆଜି ଦିବସର ତାପର୍ଯ୍ୟ, ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହୁରଙ୍କ ଜୀବନୀର ବିଭିନ୍ନ ଦିଗ ସହିତ ଶିଶୁ ଅଧିକାର, ଯନ୍ନ, ସୁରକ୍ଷା ଓ ବିକାଶ ସମ୍ପର୍କରେ ଆଲୋକ ପାତ କରିଥିଲେ । ଶିଶୁ ହସିଲେ ଦେଶ ହସିବ, ଶିଶୁ ରାଷ୍ଟ୍ରର ରତ୍ନ ଓ ଭବିଷ୍ୟତ । ଏମାନଙ୍କର ସର୍ବବିଧ ମଙ୍ଗଳ ପାଇଁ ପ୍ରତ୍ୟେକ ଜନଗଣ ନିଜ ନିଜର କର୍ତବ୍ୟ ସମ୍ପାଦନ କରିବା ଉଚିତ ବୋଲି ଆଲୋଚନା ସଭାରେ ମତ ପ୍ରକାଶ ପାଇଥିଲା । ଶେଷରେ ପ୍ରାଧିକରଣର ସମ୍ପାଦିକା ଶୀ୍ରମତୀ ଜ୍ୟେତିର୍ମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାମନ୍ଦିରର ଗୁରୁଜି ଗୁରୁମାମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published.