Saturday , June 10 2023
Breaking News
Home / କ୍ରୀଡ଼ା / ଜାତୀୟ ଜୁନିୟର ଦୌଡ଼କୁଦ: ଓଡ଼ିଶା ରିଲେ ଦଳକୁ କାଂସ୍ୟ-

ଜାତୀୟ ଜୁନିୟର ଦୌଡ଼କୁଦ: ଓଡ଼ିଶା ରିଲେ ଦଳକୁ କାଂସ୍ୟ-

ଓଁକାର, ସବିତାଙ୍କୁ ରୌପ୍ୟ ପଦକ

ଗୁଆହାଟୀ/କଟକ, ୧୪/୧୧/୨୦୨୨ (ଓଡ଼ିଶା ସମାଚାର)- ଆସାମର ଗୁଆହାଟୀରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ ରେ ଓଡ଼ିଶା ପ୍ରତିଯୋଗୀମାନେ ରବିବାର ୨ୟ ଦିନରେ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ୩ଟି ପଦକ ଜିତିଛନ୍ତି ।

୧୬ ବର୍ଷରୁ କମ୍ ବାଳକ ହାମ୍ମର ଥ୍ରୋ’ରେ ଓଡ଼ିଶାର ଓଁକାର ପ୍ରସାଦ ନନ୍ଦ ୬୨.୫୮ ମିଟର ପକାଇ ୨ୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି । ଉତ୍ତର ପ୍ରଦେଶର ଅବଦୁଲ ରେହମାନ ୬୪.୬୧ ମିଟର ସହ ସ୍ବର୍ଣ୍ଣ ଓ ହରିୟାଣାର ରାହୁଲ ୫୬.୪୮ ସେକେଣ୍ଡରେ ଅତିକ୍ରମ କରି ୩ୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି । ଓଁକାରଙ୍କ ଏହା ବ୍ୟକ୍ତିଗତ ଦ୍ବି୍ତୀୟ ପଦକ। ପୂର୍ବରୁ ଓଁକାର ଶନିବାର ସଟ୍ ପୁଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ୧୮ ବର୍ଷରୁ କମ ବାଳିକା ବର୍ଗ ୧୦୦ମିଟର ବାଧାଦୌଡ଼ରେ ସବିତା ଟପ୍ପୋ ରୌପ୍ୟ ପଦକ ଜିତିଛନ୍ତି । ସବିତା ୧୦୦ମିଟର ଦୌଡ଼କୁ ୧୪.୧୬ ସେକେଣ୍ଡରେ ଅତିକ୍ରମ କରି ଦ୍ବି୍ତୀୟ ସ୍ଥାନରେ ରହିଥିଲେ। ଏଥିରେ କର୍ଣ୍ଣାଟକର ଉନ୍ନାତି ବାଲୋନ ୧୩.୯୪ ସେକେଣ୍ଡ ସହ ସ୍ବର୍ଣ୍ଣ ଓ ତାମିଲନାଡୁର ସିନ୍ୟା ଗ୍ଲାଡିସା ୧୪.୬୪ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶା ବାଳକ ୧୮ ବର୍ଷରୁ କମ ରିଲେ ଦଳ କାଂସ୍ୟ ପଦକ ଜିତିଛନ୍ତି । ଓଡ଼ିଶା ବାଳକ ଦଳ ପକ୍ଷରୁ ମହେନ୍ଦ୍ର ଶାନ୍ତା, ପଙ୍କଜ ମଣ୍ଡଳ, ଡି ଜୟରାମ ଓ ବାପି ହଁାସଦା ୧ ମିନିଟ୍ ୫୭.୩୯ ସେକେଣ୍ଡରେ ଅତିକ୍ରମ କରି ୩ୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି । ଆନ୍ଧପ୍ରଦେଶ ସ୍ବର୍ଣ୍ଣ ଓ ତାମିଲନାଡୁ ପ୍ରତିେଯାଗୀ ରୌପ୍ୟ ପଦକ ଜିତିଛନ୍ତି । ଏଥି ସହିତ ଓଡ଼ିଶା ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୭ଟି ପଦକ ଜିତିଛି। ପୂର୍ବରୁ ଲାଲୁ ପ୍ରସାଦ ଭୋଇ, ଡୋଣ୍ଡାପତି ମୂର୍ତ୍ତେ ଜୟରାମ ଓ ଓମକାର ପ୍ରସାଦ ନନ୍ଦ ଓ ଧନମତି ଖେସ ସ୍ବର୍ଣ୍ଣ ପଦକ ଜିତିଥିଲେ। ପଦକ ବିଜେତାଙ୍କୁ ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତର କାମନା କରିଛନ୍ତି ।

Leave a Reply

Your email address will not be published.