Wednesday , May 31 2023
Breaking News
Home / ତାଜା ଖବର / ଗୁଳିମାଡ଼ରେ ଜଣେ ଗୁରୁତର ଆହତ

ଗୁଳିମାଡ଼ରେ ଜଣେ ଗୁରୁତର ଆହତ

ଢେଙ୍କାନାଳ ୧୪/୧୧/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ତାଲବାହାଳ ଗାଁରେ ଗୁଳିକାଣ୍ଡ ଘଟିଛି ।  ବଚସାରୁ ଗୁଳିମାଡ଼ ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁଳି ମାଡ଼ରେ ଗୁରୁତର ଆହତ ଯୁବକ ବିହାରର ରବି କୁମାର ବୋଲି ଜଣାପଡିଛି । ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା  ଅନୁଯାୟୀ, ଟାଟା ଷ୍ଟିଲ୍ କାରଖାନାର ୪ ନମ୍ବର ଗେଟ୍ ନିକଟରେ ୩ ଜଣ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହାପରେ ଜଣେ ଯୁବକ ପାଖରେ ରଖିଥିବା ଏକ ବନ୍ଧୁକରୁ ରବି କୁମାରଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ଗୁଳିମାଡ଼ ଖାଇ ରବି କୁମାର ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ।ଏହାପରେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରପାଇ କଣ୍ଟାବଣିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଗୁଳି ମାଡ଼ କରିଥିବା ଯୁବକ ଓ ତାର ସାଥୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି  ।

Leave a Reply

Your email address will not be published.