Wednesday , May 31 2023
Breaking News
Home / କ୍ରୀଡ଼ା / କୁଚ୍ ବିହାର ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ମଣିପୁର ବିପକ୍ଷରେ ଓଡ଼ିଶା ୬/୪୭୨

କୁଚ୍ ବିହାର ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ମଣିପୁର ବିପକ୍ଷରେ ଓଡ଼ିଶା ୬/୪୭୨

ଦିବ୍ୟଜ୍ୟୋତିଙ୍କ ଶତକ; ୪ଟି ଅର୍ଦ୍ଧ ଶତକ

ଅହମ୍ମଦାବାଦ/କଟକ, ୧୪/୧୧/୨୦୨୨ (ଓଡ଼ିଶା ସମାଚାର)- ୧୯ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁଚ୍ ବିହାର ଟ୍ରଫିରେ ଓଡ଼ିଶା ୨ୟ ମ୍ୟାଚ୍ ରେ ଚମତ୍କାର ବ୍ୟାଟିଂ କରିଛି। ଅହମ୍ମଦାବାଦରେ ଖେଳା ଯାଉଥିବା ଗ୍ରୁପ୍ ‘ସି’ ମ୍ୟାଚ୍ ରେ ଦୁର୍ବର୍ବଳ ମଣିପୁର ବିପକ୍ଷରେ ଓଡ଼ିଶା ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୪୭୨ ରନ୍ କରିଛି। ରବିବାର ମ୍ୟାଚ୍ ର ୨ୟ ଦିନରେ ଓଡ଼ିଶାର ଦିବ୍ୟ ଜ୍ୟୋତି ପଟ୍ଟନାୟକ ଶତକ ହାସଲ କରିଥିବା ବେଳେ ଆଶୀର୍ବାଦ ସ୍ବାଇଁ, ସାଇଦୀପ ମହାପାତ୍ର, ଶ୍ରେୟାଂସ ଭରଦ୍ବାଜ ଓ ମହମ୍ମଦ ସୋହେଲ ଖାଁ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ପ୍ରଥମ ଇନିଂସରେ ୧୧୦ ରନ୍ କରିଥିବା ମଣିପୁର ବିପକ୍ଷରେ ୨ୟ ଦିନ ଶେଷରେ ଓଡ଼ିଶା ୩୬୨ ରନ୍ ଆଗରେ ଥିବା ବେଳେ ଆଉ ୪ ୱିକେଟ ବାକିଅଛି। ମ୍ୟାଚ୍ ରେ ଆଉ ୨ ଦିନ ବାକିଥିବା ବେଳେ ଓଡ଼ିଶାର ବିଜୟ ଆଶା ନିଶ୍ଚିତ ଲାଗୁଛି।

ପ୍ରଥମ ଦିନରେ ଓଡ଼ିଶା କୌଣସି ୱିକେଟ ନ ହରାଇ ପ୍ରଥମ ଇନିଂସରେ ୧୬୭ ରନ୍ କରିଥିଲା। ରବିବାର ୨ୟ ଦିନରେ ଓଡ଼ିଶାର ଓପ୍ ନିଂ ଯୋଡ଼ି ୧୭୫ ରନ୍ କରିବା ପରେ ଆଶୀର୍ବାଦ ସ୍ବାଇଁ ୧୧ଟି ଚୌକା ସହ ୮୯ ରନ୍ କରି ଆଉଟ୍ ହୋଇଥିଲେ। ପରେ ଅଂଶୁମାନ ସାହୁ ୨୦ ରନ୍ କରି ବିଦାୟ ନେଇଥିଲେ। ଶତକ ହାସଲ କରି ଓପନର ଦିବ୍ୟଜ୍ୟୋତି ପଟ୍ଟନାୟକ ୧୨ଟି ଚୌକା ସହ ୧୧୩ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ପରେ ଅଧିନାୟକ ସାଇଦୀପ ମହାପାତ୍ର ଓ ଶ୍ରେୟାଂଶ ଭରଦ୍ବାଜ ୪ର୍ଥ  ୱିକେଟ ପାଇଁ ୯୪ ରନ୍ ଯୋଡ଼ିଥିଲେ। ସାଇଦୀପ ୨ଟି ଛକା ଓ ୭ଟି ଚୌକା ସହ ୮୭ ରନ୍ କରିଥିଲେ। ଶ୍ରେୟାଂଶ ୫୫ ବଲ୍ ରୁ ୯ଟି ଚୌକା ସହ ୫୨ ରନ୍ କରିଥିଲେ। ୪୧୩ ରନ୍ ରେ ୬ଟି ୱିକେଟ ପଡ଼ିବା ପରେ ସୋହେଲ ଖାଁ ଓ ଶ୍ରେଷ୍ଠ ସିଂହ ୫୯ ରନ୍ ଯୋଡ଼ିଛନ୍ତି । ଶ୍ରେଷ୍ଠ ୨୭ ଏବଂ ସୋହେଲ ୧୧୦ ବଲ୍ ରୁ ୬୧ ରନ୍ କରି ଅପରାଜିତ ଅଛନ୍ତି । ରାହୁଲ କୁମାର ଓ କଲ୍ୟାଣ ୨ଟି ଲେଖାଏଁ ୱିକେଟ  ନେଇଛନ୍ତି ।

Leave a Reply

Your email address will not be published.