ବରଗଡ, ୧୪/୧୧/୨୦୨୨ (ଓଡ଼ିଶା ସମାଚାର)- ଉତ୍ତରପ୍ରଦେଶର ରାୟବରେଲି ସ୍ଥିତ ଆଚାର୍ଯ୍ୟ ମହାବୀର ପ୍ରସାଦ ଦ୍ୱିବେଦୀ ରାଷ୍ଟ୍ରୀୟ ସ୍ମୃତି ସମିତି ପକ୍ଷରୁ ପଦ୍ମଶ୍ରୀ ହଲଧର ନାଗଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ଡ. ରାମ ମନୋହର ତ୍ରିପାଠୀ ଲୋକସେବା ସମ୍ମାନ ପ୍ରଦାନ କରାଯାଇଛି। ଭାରତର ବିଶିଷ୍ଟ ଲୋକଗୀତ ଗାୟିକା ମାଳିନୀ ଅବସ୍ତି, ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ ୱାର୍ଦ୍ଧା ର ପ୍ର. କୃପାଶଂକର ଚୌବେ ଓ ଅନ୍ୟ ବିଶିଷ୍ଟ ପ୍ରତିଭାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସମିତିର ରଜତ ଜୟନ୍ତୀ ଅବସରରେ ଗତ ୧୧ ଓ ୧୨ ଦୁଇ ଦିନ ଧରି ଫିରୋଜ ଗାନ୍ଧୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ମହାବୀର ମେଳାରେ ପ୍ରସିଦ୍ଧ ଗିତିକାର ବିଷ୍ଣ ସାକସେନା, ଡ.ଅନୁ ସପନ, ଦିନେଶ ରଘୁବଂଶୀ, ଡ. ସରିତା ଶର୍ମା, ହେମନ୍ତ ପାଣ୍ଡେ, ରେଣୁ ଶ୍ରୀବାସ୍ତବଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ କବି, ସାହିତ୍ୟିକ, ଗବେଷକ ଓ କଳାକାର ଯୋଗ ଦେଇଥିଲେ। ଏହି ଅବସରରେ ଦିନେଶ ମାଲିଙ୍କ ରାମାୟଣ ପ୍ରସଙ୍ଗୋପର ହଲଧରକେ କାବ୍ୟ ଔର ୟୁଗୀନ ବିମର୍ସ ପୁସ୍ତକର ପାଠକାର୍ପଣ କରାଯାଇଥିଲା। ବିଭିନ୍ନ ପର୍ଯ୍ୟାୟର ଆଲୋଚନାଚକ୍ରରେ ଅନ୍ୟମାନଙ୍କ ସହିତ କବିଙ୍କ ସହିତ ଆମନ୍ତ୍ରିତ ହୋଇଥିବା ଅନୁବାଦକ ଦିନେଶ ମାଲି, ଗବେଷକ ଶାନ୍ତନୁ ସାର ଓ ସାହିତ୍ୟିକ ଅଶୋକ କୁମାର ପୂଜାହାରୀ ଅଂଶ ଗ୍ରହଣ କରିଥିଲେ।