Sunday , May 28 2023
Breaking News
Home / ତାଜା ଖବର / Breaking News : ଦିନ ଦ୍ୱିପ୍ରହର ରେ ବନ୍ଧୁକ ଦେଖାଇ ଲୁଟି ନେଲେ ୫ ଲକ୍ଷ ୪୬ ହଜାର ଟଙ୍କା

Breaking News : ଦିନ ଦ୍ୱିପ୍ରହର ରେ ବନ୍ଧୁକ ଦେଖାଇ ଲୁଟି ନେଲେ ୫ ଲକ୍ଷ ୪୬ ହଜାର ଟଙ୍କା

ନିଶ୍ଚିନ୍ତକୋଇଲି, ୧୩ /୧୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ା ଛକ ରେ ବନ୍ଧୁକ ଦେଖାଇ ସାଲେପୁର କର ଆଣ୍ଡ ବ୍ରଦର୍ସ  ସୁଇଟ୍ସ କମ୍ପାନୀ ର  ମିକ୍ସଚର ସପ୍ଲାଇ  ଭ୍ୟାନ  ରେ ଥିବା ସେଲ୍ସ ମ୍ୟାନ ଙ୍କ ଠାରୁ ଲୁଟି ନେଲେ ୫  ଲକ୍ଷ ୪୬ ହଜାର ଟଙ୍କା। କେନ୍ଦ୍ରାପଡ଼ା ଠାରୁ ସେଲ୍ସମ୍ୟାନ ମିକ୍ସଚର ବିକ୍ରି କରି ଟଙ୍କା ଆଣି ଆସୁଥିବା ର ଅନୁମାନ କରି କେନ୍ଦ୍ରାପଡ଼ା ଠାରୁ ଏକ ବାଇକ୍ ରେ ୩ ଜଣ ଦୁର୍ବୁତ୍ତ ଏହି ମିକ୍ସଚର ଗାଡ଼ି କୁ ପିଛା  କରି ଆସି ରାଣୀପଡା ଛକ ଠାରେ କମ୍ପାନୀ ର  ଗାଡ଼ି କୁ ଅଟକାଇ ଅତର୍କିତ ଭାବେ ଡ୍ରାଇଭର ଓ ସେଲ୍ସମ୍ୟାନ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା  ସହିତ ମାଡ଼ ମାରି ଟଙ୍କା ଲୁଟ୍ କରିଥିବା ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ ହୋଇଛି। ସାଲେପୁର ଏସଡିପିଓ ଓ ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ  କରିଛନ୍ତି। ଦିନ ଦିପ୍ରହର ରେ କଟକ ଚାନ୍ଦବାଲି ରାସ୍ତାର ରାଣୀପଡ଼ା  ଛକରେ ଥିବା ଲୋକମାନଙ୍କ  ଉପସ୍ଥିତିରେ ଦୁର୍ବୁତ୍ତ ମାନେ ବେଧଡକ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ ଘଟଣା ରେ ନିଶ୍ଚିନ୍ତକୋଇଲି ପୋଲିସ ର ପାରିବାପଣିଆ ଉପରେ  ଚ୍ୟାଲେଞ୍ଜ ଲଗାଇଛନ୍ତି  । ଯଦି ଏହି ଥାନା ଅଂଚଳରେ ଦିନରେ ଲୋକେ ସୁରକ୍ଷିତ ନୁହନ୍ତି ତେବେ ରାତିରେ କିଭଳି ଲୋକେ ସୁରକ୍ଷିତ ରହିବେ  ତାହା ନେଇ ଲୋକେ ଚିନ୍ତାରେ ଅଛନ୍ତି  । ସ୍ମରଣ ଯୋଗ୍ୟ ଯେ, ଶନିବାର ରାତିରେ ସାଲେପୁର ରେ ଏହି ସଡ଼କ ପାର୍ଶ୍ୱରେ ଥିବା ଜନୈକ ବୃଦ୍ଧ ଦମ୍ପତି ଙ୍କ ଘରୁ ବନ୍ଧୁକ ଓ ଭୁଜାଲି ଦେଖାଇ ସୁନା ଓ ଟଙ୍କା ଲୁଟ କରିଥିଲେ  । ସାଲେପୁର ପୋଲିସ ଉପଖଣ୍ଡ ଅଞ୍ଚଳରେ ଚୋରି ଡକାୟତି ବୃଦ୍ଧି ପାଉଥିବା ରୁ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି  ।

Leave a Reply

Your email address will not be published.