ସାଲେପୁର,୧୩ /୧୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ସାଲେପୁର ଥାନା ସପନପୁରଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସର୍ବେଶ୍ୱର ଦାସ ଙ୍କ ଘରୁ ବନ୍ଧୁକ ଦେଖାଇ ଶନିବାର ରାତି ରେ ଡକାୟତି ହୋଇଛି । ୪ଜଣ ଡକାୟତ ଏସି ସଜାଡ଼ିବାକୁ କହି ଘରଭିତରେ ପ୍ରବେଶ କରି ସର୍ବେଶ୍ୱର ଓ ତାଙ୍କ ପତ୍ନୀଙ୍କୁ ବନ୍ଧୁକ, ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଦେଖାଇ ଡକାୟତ ମାନେ ସୁନାଗହଣା ସହ ଟଙ୍କା ଓ ଦୁଇଟି ମୋବାଇଲି ଲୁଟିନେଇଛନ୍ତି । ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖନୀୟ ଯେ ସାଲେପୁର ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା, ଚୋରି ଡକାୟତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ରେ ଶୀଥିଳତା ଯୋଗୁଁ ବାରମ୍ବାର ଏପରି ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି | ସ୍ମରଣଯୋଗ୍ୟ ଯେ,ଗତ ମାସ ରେ ବଟେଶ୍ୱର ମନ୍ଦିର ରୁ ବହୁମୂଲ୍ୟ ମୂର୍ତ୍ତି ଚୋରି, ଗତ ଦୁଇଦିନ ତଳେ ବୋଦାମୁଣ୍ଡାଇ ସିରଜ ଚୋରି ପରେ ଶନିବାର ଡକାୟତି ଘଟଣା ନେଇ ସାଧାରଣରେ ଭୟ ଓ ଆଶଙ୍କା ବଢ଼ି ଯାଇଛି ।