ଧର୍ମଶାଳା ୧୩/୧୧/୨୦୨୨(ଓଡ଼ିଶା ସମାଚାର)- କୃଷକଙ୍କୁ ମହାଜନ କବଳରୁ ରକ୍ଷା କରିବାକୁ ଓଡ଼ିଶାରେ ଆରମ୍ଭ ହୋଇଥିବା ସମବାୟ ଆନ୍ଦୋଳନରେ ଯେଉଁ କେତେ ଜଣ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ କାଶୀନାଥ ସାମଲ ଅନ୍ୟତମ । ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ବରଡ଼ାଠାରେ ଅନୁଷ୍ଠିତ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ବକ୍ତାମାନେ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଆଧ୍ୟାତିମିକ ଅନୁରାଗୀ ବିଶ୍ୱନାଥ ରାଉତ ଯୋଗଦେଇ କାଶୀନାଥଙ୍କ ଜୀବନ ଦର୍ଶନକୁ ଆଚରଣ ଓ ଉଚ୍ଚାରଣରେ ପାଳନ କଲେ, ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇ କାଶୀବାବୁଙ୍କ ଆଦର୍ଶ ଓ ନିରାଡମ୍ବର ଜୀବନ ଯାପନ ଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି ବୋଲି କହିଥିଲେ । ସାମ୍ବାଦିକ ବସନ୍ତ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାଶୀନାଥ ସାମଲ ଏ ଅଂଚଳ ପାଇଁ ଆଦର୍ଶ ସ୍ଥାନୀୟ ଥିଲେ ବୋଲି କହିଥିଲେ ।
ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭରେ କାଶୀବାବୁଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିବା ବେଳେ, ତାଙ୍କର କନ୍ୟା କବୀ ସବିତା ନାୟକ ବେଦପାଠ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସ୍ୱର୍ଗତ ସାମଲଙ୍କ ସ୍ମୃତିରେ ‘ମା’ ସୁନ୍ଦରୀ ଦେବୀ ପାଠାଗାର, କାଦୁଅମାଗୁରା ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ଶ୍ରଦ୍ଧାସୁମନ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଅଶୋକ ରାଉତ, ଆଡଭୋକେଟ୍ ଉମେଶ କୁମାର ଲେଙ୍କା, ସୁଜାତା ନାୟକ, ଯୁଧିଷ୍ଠିର ରାଉତ, ଆଶାତରୁ ନାୟକ, ରାଜେନ୍ଦ୍ର ପ୍ରଧାନ, ରଞ୍ଜନ କୁମାର ଜେନା, ବେଣୁଧର ସାମଲ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା, ଦାମୋଦର ସ୍ୱାଇଁ, ଗୋପାଳ ମହାରଣା, ଶରତ ରାଉତ, ଶ୍ୟାମ ସୁନ୍ଦର ଜେନା, ରାଧୁ ଚରଣ ସାମଲ, ଶ୍ରୀକାନ୍ତ ମହାପାତ୍ର, ଶରତ ଚନ୍ଦ୍ର ନାୟକ, ଦେବାଶିଷ ନାୟକ, ମାନସ ରଂଜନ ସାମଲ, ହିତେଶ ସାମଲ, ଗୋଦାବରୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଦିବଂଗତ କାଶୀବାବୁଙ୍କ ସ୍ମୃତିଚାରଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ସ୍ୱର୍ଗତଃ ସାମଲଙ୍କ ପୁତୁରା ମୋହନ ସାମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସଭାକୁ ସଂଚାଳନ କରିଥିଲେ । ପୁତ୍ର ସୁକାନ୍ତ ସାମଲ୍, ଭଣଜା ବିଚିତ୍ରନାଥ ପରିଡ଼ା, ସଭା ପରିଚାଳନା କରିଥିଲେ । ଶେଷରେ ବୋହୁ ଲିତୁନ ଭଳ ଧନ୍ୟବାଦ ଅର୍ପଣ କରିଥିଲେ ।