Wednesday , May 31 2023
Home / ବିଶେଷ / ମଦ ଵାର ପାଇଁ କଟକ-ପାରାଦୀପ ମୂଖ୍ୟ ରାସ୍ତା ଗୋଡା ତଡା ଗଲା, ରାସ୍ତା ଭୂଷୁଡିଵା ଆଶଙ୍କା

ମଦ ଵାର ପାଇଁ କଟକ-ପାରାଦୀପ ମୂଖ୍ୟ ରାସ୍ତା ଗୋଡା ତଡା ଗଲା, ରାସ୍ତା ଭୂଷୁଡିଵା ଆଶଙ୍କା

କଟକ ସଦର, ୧୩ /୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କମିଶନରେଟ୍ କନ୍ଦରପୁର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତା କଡ଼ରେ ଏକ ଠିପି ଖୋଲା ବିଦେଶୀ ମଦ ଵାର ଖୋଲା ଯିଵା ପାଇଁ ମୂଖ୍ୟ ରାସ୍ତାର ଗୋଡାକୁ ତାଡି ଦିଆଯାଇଛି। ଯାହା ଫଳରେ ଜଗତସିଂହପୁର ପୂର୍ତ ବିଭାଗ ଵିଭାଜନ ଏବଂ ଫକିରପଡା ଉପ ଵିଭାଜନ ଅଧିନସ୍ଥ ମୂଖ୍ୟ ରାସ୍ତା ଭୁଷୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରକାଶ ଯେ ପାରାଵିଲ ନିକଟସ୍ଥ ଟୋଲପ୍ଲାଜା କଡରେ ଏକ ମଦ ଵାର ଖୋଲାଯିଵାକୁ ପ୍ରସ୍ତୁତି ଚାଲିଛି। ସରକାରଙ୍କ ନିୟମ ଅନୁଯାୟୀ ରାଜପଥ କଡରେ ମଦ ଦୋକାନ କିମ୍ବା ଵାର୍ ଖୋଲାଯାଇ ପାରିଵ ନାହିଁ ବୋଲି ନିଷ୍ପତ୍ତି ବଳବତ୍ତର ରହିଛି। ଏହାକୁ ଏଡ଼ାଇବା ପାଇଁ ସରକାରୀ ଆଇନ ଆଖିରେ ଆଙ୍ଗୁଳି ଗେଞ୍ଜି ନାକ ତଳ ରାସ୍ତାକୁ ଖୋଳି ନାକ ଵୁଲାଇ ରାସ୍ତାରେ ମଦ୍ୟପ ମାନଙ୍କ ସୁବିଧା କରାଯାଇଛି। ଯାହା ଫଳରେ ଏହି ରାସ୍ତାରେ ଥିବା ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମସୁଧା ଚାଲିଥିବା ସୂଚନା ମିଳିଛି। ଗ୍ରାମାଞ୍ଚଳରେ ମଦୁଆ ସୃଷ୍ଟି କରିବା ପାଇଁ ଏଭଳି ଖୋଲା ମଦ ଵାର ଖୋଲାଯିବା କେତେଦୂର ସମୀଚିନ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published.