Wednesday , May 31 2023
Breaking News
Home / ବିଶେଷ / ଭୁବନ ସାମ୍ବାଦିକ ସଂଘ ର ବନ୍ଧୁମିଳନ –

ଭୁବନ ସାମ୍ବାଦିକ ସଂଘ ର ବନ୍ଧୁମିଳନ –

ସାମ୍ବାଦିକଙ୍କ ସମୁହ ବିକାଶ ଓ ସୁରକ୍ଷା ସଂଘର ପ୍ରାଥମିକିତା –

ସେବା, ସମ୍ମାନ ଓ ସ୍ୱାଭିମାନ ମୂଳଲକ୍ଷ୍ୟ – –

ଭୁବନ ୧୩/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ସାମ୍ବାଦିକ ସଂଘର ଏକ ବନ୍ଧୁମିଳନ ନୀଳକଣ୍ଠପୁରସ୍ଥ ଉଦ୍ୟାନ ବିଭାଗ ଫାର୍ମ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଧୁପ ରଂଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ପତ୍ରିକା ବାର୍ତା ସଂପାଦକ ଅଲେଖ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ସମୁହ ବିକାଶ ଓ ବ୍ୟକ୍ତିଗତ ସୁରକ୍ଷା ସଂଘର ପ୍ରାଥମିକତା ହେଉ ଏବଂ ସେବା , ସମ୍ମାନ ଓ ସ୍ୱାଭିମାନ ମୂଳଲକ୍ଷ୍ୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ , ତେଣୁ ବ୍ୟକ୍ତିଗତ ଆକ୍ଷେପ , କୁତ୍ସାରଟନା ରୁ ଦୂରେଇ ରହି ସର୍ବଦା ସମାଜର ମଙ୍ଗଳ ନିମନ୍ତେ ସେବା , ସମ୍ମାନ ଓ ସ୍ୱାଭିମାନ ପାଇଁ ଲଢେଇ କରିବା ଉଚିତ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂପାଦକ ସୁଶାନ୍ତ କୁମାର ପୋଥାଳ , ଭୁବନ ପତ୍ରିକା ସଂପାଦକ ଚିତ ରଂଜନ ମିଶ୍ର , ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ , ସାମ୍ବାଦିକ ରବୀନ ଦାସ , ସଂଜୟ ନାୟକ , ଅବିନାଶ ସାଥୁଆ ମହାପାତ୍ର ,ଚୈତନ୍ୟ ସାହୁ , ମନୋଜ ପୋଥାଳ ,ଗୌତମ ପାତ୍ର , ଦୁଃଶାସନ ପୃଷ୍ଟି , ରାକେଶ ଗୁରୁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସଂପାଦକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.