Thursday , June 1 2023
Breaking News
Home / ବିଶେଷ / ବିଦ୍ୟୁତ ଆଘାତରେ ଯୁବ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ

ବିଦ୍ୟୁତ ଆଘାତରେ ଯୁବ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ

ବାଲେଶ୍ଵର ୧୩/୧୧/୨୦୨୨(ଓଡ଼ିଶା ସମାଚାର)- ଶନିବାର ସନ୍ଧ୍ୟା ରେ ବିଦ୍ୟୁତ ଆଘାତରେ ଜଣେ ଯୁବ ସାମ୍ବାଦିକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ସାମ୍ବାଦିକ ଜଣକ ହେଉଛନ୍ତି ରୁପସା ଥାନା ଅନ୍ତର୍ଗତ ଆଗିରିଆ ଗ୍ରାମର ସୁଶାନ୍ତ କୁମାର ବେହେରା (ରାଜା)। ଗତକାଲି ଶନିବାର ସନ୍ଧ୍ୟା ୭ ପ୍ରାୟ ଟା ବେଳେ ନିଜ ଘରେ ଥିବା ଏକ ବ୍ୟାଟେରୀ ସଜାଡୁଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିବା ଯୋଗୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ପ୍ରଥମେ ତାଙ୍କୁ ରୂପସା ମେଡିକାଲ ରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତାଙ୍କୁ ବାଲେଶ୍ଵର ମେଡିକାଲ୍ ଆଣିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ପତ୍ନୀ ଓ ଏକ ୪ ମାସର ଝିଅ ଅଛଛନ୍ତି।

Leave a Reply

Your email address will not be published.