Thursday , June 1 2023
Breaking News
Home / ବିଶେଷ / ବରିଷ୍ଠ ସାରସ୍ୱତ ସାଧକ କବି ଆର୍ତ୍ତତ୍ରାଣ ସାହୁଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା  

ବରିଷ୍ଠ ସାରସ୍ୱତ ସାଧକ କବି ଆର୍ତ୍ତତ୍ରାଣ ସାହୁଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା  

ଖୋର୍ଦ୍ଧା, ୧୩ /୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ବରିଷ୍ଠ ସାରସ୍ୱତ ସାଧକ କବି ଆର୍ତ୍ତତ୍ରାଣ ସାହୁଙ୍କ ଦୁଇଟି ପୁସ୍ତକ ସଙ୍କଟମୋଚନ ଓ ଶିବସ୍ୱରୁପ ପୁସ୍ତକ ଉନ୍ମୋଚିତ ହୋଇଛି।ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ପୁରୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଅଧିବେଶନରେ କବି ଶଙ୍କର ବେହେରାୟଙ୍କ ସଭାପତିତ୍ୱରେ ପ୍ରିନସପାଲ ଖୋର୍ଦ୍ଧା କୋର୍ଟ ଶ୍ରୀ ବିଜୟ ଛୋଟରାୟ ଓ କବି ଦିଗମ୍ବର ବେହେରା କବି କାଶିନାଥ ପାଣିଗ୍ରାହୀ କବି ବୈକୁଣ୍ଠ ନାଥ ନରେନ୍ଦ୍ର କବି ଆଲୋକ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଓ ସମିକ୍ଷକ ଭାବରେ ଯୋଗଦେଇ ଥିବା ବେବେ ଦିତୀୟ ଅଧିବେଶନରେ ବିଶିଷ୍ଟ ଶିକ୍ଷାବିତ ବଂଶଧର ଜଗଦ୍ଦେବଙ୍କ ସଭାପତିତ୍ୱ ରେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ରଘୁନାଥ ମହାପାତ୍ର ନୀଳଚକ୍ର ସଭାପତି ମୂରଲିଧର ଶତପଥୀ ଓଡିଶା ସ୍ୱର୍ଣ୍ଣ ରୈ।ପ୍ୟ ଶିଳ୍ପୀ ମହାସଂଘ ସଭାପତି ରମେଶ ଚନ୍ଦ୍ର ସାଥୁଆ  ସିଆରପିଏଫ ଡିଆଇଜି ବଳରାମ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ ଚନ୍ଦ୍ର ବଡଜେନା, ସମୀକ୍ଷକ ଡଃ ମୃତ୍ୟୁଜଂୟ ରଥ ଓ ଗୋକୁଳାନନ୍ଦ ସାହିତ୍ୟ ସଂସଦ ସଭାପତି ଦିବ୍ୟସିଂହ ତ୍ରିପାଠୀ ଯୋଗଦେଇ ପୁସ୍ତକ ଉନ୍ମୋଚନ ସହ ସମୀକ୍ଷା ଓ ସାହିତ୍ୟ ଚର୍ଚ୍ଚା କରିଥିଲେ।ସ୍ୱାଗତ ଭାଷଣ ଅଜୟ କୁମାର ବଳିୟାରସିଂହ ଦେଇଥିବା ବେଳେ ସଂଯୋଜନା ଡଃ ସୁଚିତ୍ରା ରଥ ଓ ଶିକ୍ଷାବିତ କମଳଲୋଚନ ପ୍ରଧାନ କରିଥିଲେ।ଉକ୍ତ ସଭାରେ ଅଭିଭକ୍ତ ପୁରୀ ଜିଲ୍ଲାର ବହୁ ସଂଖ୍ୟକ ସାହିତ୍ୟିକ ବୁଦ୍ଧିଜୀବୀ ଓ ଶିକ୍ଷାବିତ ଯୋଗଦେଇଥିଲେ।

Leave a Reply

Your email address will not be published.