ଭୁବନେଶ୍ୱର, ୧୩/୧୧/୨୦୨୨ (ଓଡ଼ିଶା ସମାଚାର)- ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ, ତମାଣ୍ଡୋରେ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ୪୨୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ଜଣ କୃତି ଛାତ୍ରଛାତ୍ରୀ ବିଭିନ୍ନ ବିଜ୍ଞାନ ଓ ପରିବେଶ ସମ୍ବନ୍ଧୀୟ ପ୍ରକଳ୍ପମାନ ପ୍ରଦର୍ଶୀତ କରିଥିଲେ । କୁନି କୁନି ବୈଜ୍ଞାନିକମାନେ ସେମାନଙ୍କର ବୌଦ୍ଧିକ ଜ୍ଞାନ କୌଶଳର ବିକଶିତ ପ୍ରତିଭାକୁ ଉଦ୍ ଜୀବିିତ କରି ପ୍ରଶଂସିତ ହୋଇଥିଲେ । ନିକଟ ଗ୍ରାମ ମାନଙ୍କର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଏହି ମେଳାକୁ ଉପଭୋଗ କରିବା ସହ ଛାତ୍ରଛାତ୍ରୀମାନେ କରିଥିବା ମୀନାବଜାରକୁ ସମସ୍ତେ ଉପଭୋଗ କରିଥିଲେ । ଭଳିକି ଭଳି ଖାଦ୍ୟ ପସରାର ସମ୍ଭାର ଦେଖିବାକୁ ମିଳିଥିଲା ।
ସଂଗୀତର ତାଳେ ତାଳେ ମୀନାବଜାରର ମନୋରମ ଆକର୍ଷଣ ସମସ୍ତଙ୍କୁ ଖୁସି ଦେଇଥିଲା । ଆନୁଷ୍ଠାନିକ ଭାବେ ଏହାକୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୋଲାପ ମଣ୍ଡଳ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ପରିଡ଼ା ଓ ଶିକ୍ଷକ ପ୍ରମୋଦ କୁମାର ଭଞ୍ଜ ଏହାକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ତରଫରୁ ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ବାରିକ, ନିରୂପମା ନାୟକ, ନିଳିମା ମହାପାତ୍ର, ମଧୁଛନ୍ଦା ଦାଶ ପ୍ରକଳ୍ପ କାର୍ଯ୍ୟର ବିବରଣୀ ସଂଗ୍ରହ କରିଥିଲେ ଓ ଛାତ୍ରଛାତ୍ରୀଙ୍କର କୃତୀତ୍ୱର ମୂଲ୍ୟାୟନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ରମାମଣି ସ୍ୱାଇଁ, ମିତାଲି ଦାଶ, ପୂର୍ଣ୍ଣିମା ଦାସ, ଊର୍ମିଳା ବେହେରା, କଳାଶିକ୍ଷୟିତ୍ରୀ ନିଳିମା ବେହେରା, କ୍ରୀଡା ଶିକ୍ଷୟିତ୍ରୀ ପ୍ରଣତି ସାମନ୍ତରା ଓ ସାଗରିକା ପାଇକରାୟ, ସାନ୍ତାନି ଭୂୟାଁ, ତନୁଶ୍ରୀ ଦଣ୍ଡପାଟ, ନିବେଦିତା ମହାନ୍ତି, ସ୍ମୃତିରେଖା ଦାଶ, ପ୍ରାଚୁର୍ଯ୍ୟା ପଟ୍ଟନାୟକ, ଦେବେନ୍ଦ୍ର ନାୟକ, ଦେବବ୍ରତ ଓଝା, ସତ୍ୟଜିତ୍ ଜୟସିଂହ ଓ ନିରଞ୍ଜନ ବିଶ୍ୱାଳ ପ୍ରମୁଖ ସହଯୋଗ କରି ଏହି ପ୍ରଦର୍ଶନୀ ମେଳାକୁ ସରସ ସୁନ୍ଦର କରିଥିଲେ । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷକ ପ୍ରମୋଦ କୁମାର ଭଞ୍ଜ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ ।