Sunday , May 28 2023
Breaking News
Home / ତାଜା ଖବର / ଠିକାଦାରଙ୍କୁ ଗୁଳିମାଡ଼

ଠିକାଦାରଙ୍କୁ ଗୁଳିମାଡ଼

ରାଉରକେଲା ୧୩ /୧୧/୨୦୨୨ (ଓଡ଼ିଶା ସମାଚାର)- ରାଉରକେଲାର ଝିରିପାଣି ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ହୋଇଛି । ବାଞ୍ଛା ତନ୍ତି ନାମକ ଜଣେ  ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାରଙ୍କ ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଆଡ଼ିସିନାଲ ଏସପି ଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଯାଞ୍ଚ କରୁଛି। ସ୍ଥାନୀୟ ଲୋକଙ୍କ ପୋଲିସକୁ ସୂଚନା ଦେଇଥିଲେ । ଝିରିପାଣି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବାର ସନ୍ଦେହ କରାଯାଉଛି। ଏଯାଏଁ କାରଣ ଅସ୍ପଷ୍ଟ ରହିଥିବା ବେଳେ, ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଚାଲିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜେରା ହେଲେଳ ପ୍ରକୃତ କାଣର ଜଣାପଡ଼ିବ ।

Leave a Reply

Your email address will not be published.