ଜଗତସିଂହପୁର ,୧୩ /୧୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀ ଭଗବାନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ରାଜଶ୍ରୀ ମହାପାତ୍ର , ସି॰ଜେ॰ଏମ୍ ଶ୍ରୀ ପ୍ରିୟ ରଞ୍ଜନ ମିଶ୍ର , ପ୍ରାଧିକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ , ସବ ଜଜ୍ ଶ୍ରୀମତୀ ସୁଦୀପ୍ତା ଦେହୁରି, ଜଜ୍ ମହିଳା କୋର୍ଟ ଶ୍ରୀମତୀ ରଶ୍ମିତା ସାହୁ, ରେଜିଷ୍ଟ୍ରାର ସିଭିଲ୍ କୋର୍ଟସ୍ ଶ୍ରୀମତୀ ସୁଦୀପା ପାତ୍ର , ସବ ଜଜ୍ (ଏଲ୍ ॰ ଆର୍ ) ଶ୍ରୀ ଅଭୟ କୁମାର ଦାସ , ଏସ୍॰ଡି॰ଜେ॰ଏମ୍ ଶ୍ରୀ ବିଷ୍ଣୁ ପ୍ରସାଦ ଦେବତା ,
ମୁନଶିଫ ଶ୍ରୀ ନିରଞ୍ଜନ ଦାସ, ଜେ॰ଏମ୍॰ ଏଫ୍॰ସି ଶ୍ରୀମତୀ ଝିଲିଲିନା ନାୟକ, ଜେ॰ଏମ୍॰ ଏସ ସି ମଲ୍ଲିକା ଗୋଏଙ୍କା ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ। ଦୁର୍ଘଟଣା ଜନ୍ନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚ ରେ ଅତିରିକ୍ତ ପବ୍ଲିକ ପ୍ରକ୍ସେକ୍ୟୁଟର (Prosecutor) ଶ୍ରୀ ଭଜହରୀ କର, ସରକାରୀ ଓକିଲ ଶ୍ରୀ ସଲିଲ ଘୋଷ, ଆଇନଜୀବୀ ଶ୍ରୀ ଧିରେନ୍ଦ୍ରନାଥ ଆଚାର୍ଯ୍ୟ, ଶଲ୍ୟବିଭାଗ ଡାକ୍ତର ସିଦ୍ଦାର୍ଥ ଶଙ୍କର ମହାନ୍ତି , ସାମାଜିକ କର୍ମୀ ସୁଷମା ପ୍ରଧାନ ଓ ମନୋସ୍ତତ୍ଵବିତ ସୁସ୍ମିତା ମାଝି ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ରୁଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବୈବାହିକ ବିବାଦ, ରାଜସ୍ୱ ମାମଲା ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୨୬୧୦ ମାମଲାରୁ ୧୪୨୨ ଟି ସଫଳତାର ସହ ଫଇସଲା ହେବା ସହିତ ଟ ୨ କୋଟି ୫ ଲକ୍ଷ ୧୨ ହଜାର ୩୩୮ ଟଙ୍କା ଆଦାୟ କରାଯାଇଛି ।
ସେହିପରି ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମାରେ ୪୯୦୨ ଟି ମାମଳରୁ ୪୨ ଟି ସଫଳତାର ସହ ଫଇସଲା ହେବା ସହିତ ଟ ୧୩ ଲକ୍ଷ ୧୫ ହଜାର ୩୦୦ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା କୋର୍ଟ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର ଏବଂ ଏରସମା କୋର୍ଟ ପ୍ରାଙ୍ଗଣରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ବିଚାରପତିମାନଙ୍କ ଦ୍ଵାରା ମୋକଦ୍ଦମା ଗୁଡିକର ଫଇସଲା କରାଯିବା ସହ ଜୋରିମାନା ଆଦାୟ କରାଯାଇଛି।