Saturday , June 10 2023
Breaking News
Home / ବିଶେଷ / ଗୁରୁଙ୍କ ଆଶିର୍ବାଦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରେ

ଗୁରୁଙ୍କ ଆଶିର୍ବାଦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରେ

ଲାଲବାହାଦୁର ଉଚ୍ଚଶିକ୍ଷାଶ୍ରମର ୧୯୮୩ବ୍ୟାଚ ବନ୍ଧୁ ମିଳନ
କେନ୍ଦ୍ରାପଡ଼ା, ୧୩/୧୧/୨୦୨୨(ଓଡ଼ିଶା ସମାଚାର)- ଗୁରୁଙ୍କ ଆଶିର୍ବାଦ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିଥାଏ ବୋଲି ମେହେନ୍ଦିପୁର ଲାଲବାହାଦୁର ଉଚ୍ଚ ଶିକ୍ଷାଶ୍ରମ ୧୯୮୩ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ର କୁମାର ପରିଡା ଓ ପଣ୍ଡିତ ପ୍ରେମାନନ୍ଦ ଷଡଙ୍ଗୀ କହିଛନ୍ତି । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗଣ୍ଡାଖିଆ ନିକଟସ୍ଥ ଲୋକନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବନ୍ଧୁମିଳନରେ ଛାତ୍ରୀ କବିତା ମୁଦୁଲି ସଭାପତିତ୍ୱ କରିଥିବା ବେଳେ ଛାତ୍ରୀ ଦିପ୍ତିରାଣୀ ମହାନ୍ତି, ସଂଯୁକ୍ତା ସେଣ, ସରସି ମହାନ୍ତି, ବନ୍ଦନା ବିଶ୍ୱାଳ, ଛାତ୍ର ସିକନ୍ଦର ଆଲମ, ଚିତରଞ୍ଜନ ଦାସ, ଶୁକାନ୍ତ ଦାସ, କେଶବ ସାମଲ, ସଂଗ୍ରାମ ମହାନ୍ତି, ଖଗେଶ୍ୱର ମଲ୍ଲ, ଶୁଭାଂଶୁ ଦାସ, ଅଜୟ ନାୟକ, ହେମନ୍ତ ଜେନା, ସଞ୍ଜୟ ଦାସ, ଦିପ୍ତି ଦାସ, ପୁଷ୍ପିତା ମଲ୍ଲ, ସୁରେଶ ବେହେରା, ରନôାକର ସାହାଣୀ, ଉତମ ଦାସ, ସୁବୋଧ ଦାସ, ଶ୍ରୀନାଥ ବେହେରା, ନିରାକାର ମହାନ୍ତି, ମନୋଜ ସ୍ୱାଇଁ, ସୀତାକାନ୍ତ ସ୍ୱାଇଁ, ଦେବାଶିଷ ଜେନା, ଜଗନ୍ନାଥ ଜେନା, ଆରତୀ ବେହେରା, ରମେଶ ମଲିକ, ଶ୍ୟାମସୁନ୍ଦର ମଲିକ, ପ୍ରଭାତ ନଳିନୀ କର, ହେଲେନବାଳା ସେଣ, ହେମଲତା ସେଠୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଗୁରୁମାନଙ୍କୁ ଉପଢୌକନ, ପୁଷ୍ପଗୁଛ ଓ ପେନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ସେମାନେ ପୁରାତନ ସ୍କୁଲ ଜୀବନର ସେହି ଅବିସ୍ମରଣୀୟ ସ୍ମୃତିକୁ ରୋମନ୍ଥନ କରିବା ସହ ପରଷ୍ପର ମଧ୍ୟରେ ଭାବ ବିନିମୟ କରି ଭାବବିହ୍ୱଳ ହୋଇ ପଡିଥିଲେ । ଏହାପରେ ମା’ଛୁଆଳିଆଙ୍କ ପୀଠରେ ଛାତ୍ରଛାତ୍ରୀମାନେ ମା’ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।

Leave a Reply

Your email address will not be published.