Wednesday , May 31 2023
Breaking News
Home / ଶିକ୍ଷା / ବ୍ଲକ୍ ଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ ଚେତାବନୀ

ବ୍ଲକ୍ ଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ ଚେତାବନୀ

ଗରଦପୁର, ୧୨/୧୧/୨୦୨୨(ଓଡ଼ିଶା ସମାଚାର)- ନୂତନ ଅନୁଦାନ ପ୍ରାପ୍ତ ବ୍ଲକ୍ ଗ୍ରାଂଟ ଶିକ୍ଷକ ଓ କର୍ମଚାରୀମାନେ ଦୀର୍ଘ ବର୍ଷଧରି ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସୁଛନ୍ତି । ସରକାର ଟାଳ ଟୁଳ ନୀତି ଛାଡ଼ି ସେମାନଙ୍କ ନ୍ୟାଯ୍ୟ ଦାବି ପୁରଣ କରି ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ସେମାନେ ଦାବି କରିଛନ୍ତି । ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ହାଇସ୍କୁଲ ରେ ମାର୍ଶାଘାଇ ଓ ଗରଦପୁର ବ୍ଲକ୍ ର ସମସ୍ତ ବ୍ଲକ୍ ଗ୍ରାଂଟ ଶିକ୍ଷକ ଓ କର୍ମଚାରୀଙ୍କ ଏକ ବୈଠକ ସଭାପତି ଦେବେନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ସମ୍ପାଦକ ଭାଗ୍ୟଧର ପତି , ଶିକ୍ଷକ ନେତା ଅଜିତ କୁମାର ପ୍ରଧାନ, ଗୋପବନ୍ଧୁ ମିଶ୍ର, ବାବାଜୀ ଚରଣ ପାଲ, ପ୍ରଦୀପ୍ତ କୁମାର ସାମନ୍ତରାୟ, ନୃସିଂହଚରଣ ପଢ଼ିହାରୀ, ବିଶ୍ୱଜିତ ଦାସ ପ୍ରମୁଖ ଦୀର୍ଘ ଦିନ ଧରି ନୀରବଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାଗ ଏହି ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କ ଆତ୍ମ ବିଶ୍ୱାସ ଭାଙ୍ଗି ଦେଇଛି ବୋଲି ସେମାନେ ପ୍ରକାଶ କରିଥିଲେ । ବାରମ୍ବାର ପ୍ରତିଶୃତି ଓ ପ୍ରତାରଣା ର ଶିକାର ହୋଇ ଆସୁଥିବା ଶିକ୍ଷକ ଓ କର୍ମଚାରୀ ଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି ବୋଲି ବୈଠକରେ ସ୍ପଷ୍ଟ ହୋଇଥିଲା । ଆଜିର ବୈଠକରେ ୬ ଦଫା ଦାବି ଯଥା: ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ସରକାରୀ କରଣ କରିବା, ବ୍ଲକ୍ ଗ୍ରାଂଟ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ୧୯୭୪ ଶିକ୍ଷା ନୀୟମ ଆଧାରରେ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ ସହିତ ୧୧/୧/୨୨ ରେ ଘୋଷିତ ୭ମ ବେତନ ସୁପାରିଶକୁ ଅବିତକଳଭାବେ ଲାଗୁ କରିବା ଦାବି କରାଯାଇଥିଲା । ଏଥି ସହିତ କୋର୍ଟ ନିର୍ଦ୍ଧେଶ ଅନୁଯାୟୀ ଅନୁକମ୍ପା ମୂଳକ ନିଯୁକ୍ତି କୁ କାର୍ଯ୍ୟକାରୀ କରିବା , ହିନ୍ଦି, ସଂସ୍କୃତ , କ୍ରୀଡ଼ା ଶିକ୍ଷକ ମାନଙ୍କ ଦରମାର ସୁରକ୍ଷା ସହ ୪୮ ବଷର ଚାକିରୀ ପରେ ଟିଜିଟି ସ୍କେଲ ପ୍ରଦାନ କରିବା ସହିତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦବୀକୁ ଆଂଟିଜେଟ କରିବା ଆଦି ଦାବି ପୁରଣ କରିବା ପାଇଁ ସରକାରଙ୍କ ଠାରେ ଦୃଢ଼ ଦାବି କରାଯାଇଥିଲା । ଏହି ଦାବି ଗୁଡ଼ିକ ପ୍ରତି ସରକାର ସହାନୁଭୂତି ଶୀଳ ହୋଇ ଅବିଳମ୍ବେ ପୁରଣ ନକଲେ ଆନ୍ଦୋଳନ କରିବା ପାଇଁ ଶିକ୍ଷକ ସମାଜ ବାଧ୍ୟ ହେବେ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା ।

Leave a Reply

Your email address will not be published.