ନିଶ୍ଚିନ୍ତକୋଇଲି,୧୨/୧୧/୨୦୨୨(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧିନସ୍ଥ ମଣିଜଙ୍ଗ ପଂଚାୟତର ଓଡ଼ଖଣ୍ଡ ଗ୍ରାମର ଐତିହାସିକ ଅଶୃଖଳା ତଟରେ ଅବସ୍ଥିତ ବିଲ ମହାପୁରୁଷ ଙ୍କ ପିଠରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ହୋମ,ଯଜ୍ଞ ଓ ଭଜନ କୀର୍ତନ ଆଦି ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଜନ କୀର୍ତନ କରାଯାଇଥିଲା ।
ବ୍ରାହ୍ମଣ ପଣ୍ଡିତ ପିତାମ୍ବର ଦାଶ ଓ ତାଙ୍କ ସହଯୋଗୀ ହୋମ,ଯଜ୍ଞ ଆଦି ସମ୍ପନ୍ନ କରିଥିଲେ । ଅବସରପ୍ରାପ୍ତ ଏବିଡ଼ିଓ ରାଜ କିଶୋର ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଶିକ୍ଷାବିତ୍ ଅମିୟ କିଶୋର ଦାସ, ଦିଲୁ ଦାସ , ଫକୀର ଦାସ,ମକର ଦାସ ,କମଳାକାନ୍ତ ଦାସ,ସନ୍ତୋଷ ଦାସ ,ଅନାମ ଭଟ୍ଟ, ଶିବ ପ୍ରସାଦ ଭଟ୍ଟ,କାଳନ୍ଦୀ ଦାସ,ଅଭିରାମ ଦାସ, ଗଜେନ୍ଦ୍ର ଦାସ,ନବିନା ଦାସ,ପବନୀ ଦାସ, ଧୁଳ ଦାସ, ସତ୍ୟାନନ୍ଦ ପରିଡ଼ା, ସୁକାନ୍ତ ପରିଡ଼ା, ଗୁରୁଚରଣ ସେଠୀ,ସମିର କୁମାର ସେଠୀ,ରାମ ସେଠୀ, କାଳନ୍ଦୀ ସେଠୀ, ରାଧାମାଧବ ସାହୁ ପ୍ରମୁଖ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଭଜନ କୀର୍ତନ ରେ ଅଂଶ ଗ୍ରହଣ କରି ପ୍ରସାଦ ସେବନରେ ସାମିଲ ହୋଇଥିଲେ ।