ନିରାକାରପୁର, ୧୨/୧୧/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ନିରାକାରପୁର ଥାନା ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ବେଆଇନ ଖଣି ଖନନ । ଖଣି ଖନନ କରୁଥିବା ମାଫିଆ ମାନେ ବିଭିନ୍ନ ସାଇଜ଼ ର ପଥର ଟ୍ରକ ଓ ଟ୍ରାକ୍ଟର ରେ ବୋଝେଇ କରି ବାହାର ଯାଗା କୁ ଚୋରାଚାଲାଣ କରୁଛନ୍ତି । ଦିନ ରାତି ଲାଗି ପଡ଼ନ୍ତି ଚୋରା କାରବାର ରେ । ପ୍ରଶାସନିକ ଅଧିକାରୀ ମାନଙ୍କ ଆଖିରେ ଧୁଳି ଦେଇ ବର୍ଷ ତମାମ ଖଣି ଖନନ କରି ନିଜର ଜିବିକା ମେଣ୍ଟାଉଛନ୍ତି। ଆଜି ନିରାକାର ପୁର ଥାନା ଅଞ୍ଚଳରେ ଥିବା ବଡ଼ ପୋଖରୀଆ ଖଣି ରେ ନିରାକାରପୁର ଥାନା ପକ୍ଷରୁ ଚଢ଼ାଉ କରାଯାଇ ଥିଲା ।
ଚଢ଼ାଉ ବେଳେ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଓ ଦୁଇଟି ପାୱାର ଟିଲର ଜବତ କରାଯାଇଛି ।ଜବତ ଗାଡ଼ି ଗୁଡ଼ିକୁ ନିରାକାର ପୁର ଥାନା ରେ ରଖାଯାଇଛି । ପୋଲିସ କେଶ ନମ୍ବର ୨୨୪/୨୨ଓ ୨୨୫/୨୨ ରେ ରୁଜୁ ହୋଇଥିଵା ଜଣାପଡିଛି।