Thursday , June 1 2023
Breaking News
Home / ବିଶେଷ / ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟ ନିମ୍ନ ମାନର ଅଭଗିଯୋଗ ,ବିଭାଗୀୟ ଅଧିକାରୀ ନିରବ ଦ୍ରଷ୍ଟା

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟ ନିମ୍ନ ମାନର ଅଭଗିଯୋଗ ,ବିଭାଗୀୟ ଅଧିକାରୀ ନିରବ ଦ୍ରଷ୍ଟା

କଳାହାଣ୍ଡି,୧୨/୧୧/୨୦୨୨ (ଓଡ଼ିଶା ସମାଚାର/ସଂଜୟ ସିଂହ)-କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ କୁ ସହରାଞ୍ଚଳ ସହିତ ସଂଯୋଗ କରିବା ପାଇଁ ଅହରହ ପ୍ରୟାସ କରୁଛନ୍ତି ।ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପଟେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନ ମନୋଭାବ ଏବଂ ଠିକାଦାର୍ ପୋଷଣ ନୀତି ଯୋଗୁଁ କଳାହାଣ୍ଡି ଜିଲ୍ଲା ର ଡୁର୍ଗମ୍ ଅଞ୍ଚଳ ଥିଆମୁଲ୍ ରାମପୁର ବ୍ଲକ୍ ଅନ୍ତର୍ଗତ କେରପାଇ ପଂଚାୟତ ଠାରୁ ପିଣ୍ଡା ପଦର ନବ ନିର୍ମାଣ ହୋଉଥିବା ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଠିକାଦାର ଡିସପ୍ଲେ ବୋର୍ଡ଼ ନ ଲଗାଇ ଦଶ ରୁ ବାର ବର୍ଷ ବୟସ ର ଶିଶୁ ଶ୍ରମିକ ଙ୍କୁ ନିଯୁକ୍ତ କରି ବେଧଡକ ବ୍ରିଟିଶ୍ ଶାସନ ପରି ଦିନକୁ  ଦୁଇ ଶହ ଟଙ୍କା ମଜୁରୀ  ଦେଇ କାର୍ୟ୍ୟ କରୁଥିବା  ଦେଖିବାକୁ ମିଳିଛି । କେମେରା ସମ୍ମୁଖ ରେ କାର୍ୟ୍ୟରତ ଶିଶୁ ଶ୍ରମିକ ମାନେ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଗଣମାଧ୍ୟମ ଙ୍କୁ ଡାକି ସେଠାରେ ନୂତନ  ନିର୍ମାଣ ହୋଇଥିବା କଲଭଟ୍ ପୋଲ ନିର୍ମାଣ ନ ସରୁଣୁ କ୍ରେକ ହୋଇ ଫାଟ ହୋଇଯାଇ ଥିବା ଦେଖାଇଥିଲେ । ଗ୍ରାମବାସୀ କହିବା ଅନୁଯାୟୀ ବିଭାଗୀୟ ଅଧିକାରୀ ମାନେ ଠିକ୍ ହିସାବ ରେ ତଦାରଖ କରୁ ନ ଥିବା ଏବଂ କାର୍ୟ୍ୟ ମଧ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ।  ଏ ବିଷୟ ରେ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ଥିଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି ।  ଗ୍ରାମବାସୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.